ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା

ପାରୋଲରେ ଆସିଥିବା ଗଂଜାମ ଅନ୍ତେଇର ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଦୁର୍ବୁତ୍ତ ମାନେ ମରଣାଅସ୍ତ୍ରରେ ହାଣି ସୁକୁନ୍ଦା ପାଣି ଫ୍ୟାକ୍ଟ୍ରି ନିକଟରେ ଫୋପାଡ଼ିଦେଇଥିବାର ଦେଖିବାକୁ ମିଳିଥିଲା I ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ ଅନ୍ତାଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ ଗେଟ ବଜାରସ୍ଥିତ ନିଜ ଘରୁ ବାହାରି ଅନନ୍ତାଇ ଅଞ୍ଚଳକୁ ଯାଉଥିଲେ। ଏହି ସମୟରେ ପାଣି ଫ୍ୟାକ୍ଟ୍ରି ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ପ୍ରଦୀପ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିଲେ। କିଛିଦିନ ତଳେ ସେ ପାରୋଲରେ ଆସିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡା ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Comments (0)
Add Comment