ବିଧାନସଭାରେ ୨ଲକ୍ଷ କୋଟି ଟଙ୍କାର ର କାମଚଳା ବଜେଟ୍ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ

ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ଲକ୍ଷ କୋଟି ଟଙ୍କାର ଲେଖାନୁଦାନ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ I ବଜେଟ୍ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ରୁଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ଵ ଅର୍ଥ ନୀତିକୁ ପ୍ରଭାବିତ କରିଛି। କରୋନା ପରେ ବିଶ୍ଵ ଯୁଦ୍ଧମୁହାଁ ଏମିତି ପ୍ରତିକୂଳ ସ୍ଥିତିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ବଢିବାର ସମ୍ଭାବନା ରହିଛି। ଏଥି ମଧ୍ୟରେ ଅଭିବୃଦ୍ଧି ହାର ଭଲ ରହିଥିବା ମନ୍ତ୍ରୀ କହିଛନ୍ତି । ଏଥି ସହିତ ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଛି ।

ତେବେ ଏହି ବଜେଟ ଆସନ୍ତା ୪ ମାସ ଏପ୍ରିଲ, ମେ, ଜୁନ, ଜୁଲାଇ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ମୋଟ ୧ ଲକ୍ଷ ୬ ହଜାର ୪୯୮ କୋଟି ବ୍ୟୟ ହେବାର ଆକଳନ ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବଜେଟ୍ ରେ ୧୭ .୬ ପ୍ରତିଶତ ଅଧିକ ବ୍ୟୟ ବରାଦ ହୋଇଛି ।

ବଜେଟର  ମୋଟ କାର୍ଯ୍ୟ ବ୍ୟୟ ପରିମାଣ  ପରିମାଣ୧.୧୦ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। କାମଚଳା ବଜେଟର ପରିମାଣ ଏକ ଲକ୍ଷ ହଜାର ୪୯୭ କୋଟି ଟଙ୍କା ଆକଳନ କରାଯାଇଛି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ରହିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ୧୨ ହଜାର ୨୪୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଖର୍ଚ୍ଚ ହେବ ମୋଟ ବଜେଟର . ପ୍ରତିଶତ

ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି

ଜାତୀୟ ଗ୍ରାମୀଣ ଜୀବିକା ମିଶନ ନିମନ୍ତେ ହଜାର ୩୯ କୋଟି ଟଙ୍କା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘ ପାଇଁ ୭୭୩ କୋଟି ଟଙ୍କା ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି

ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି

ବଜେଟରେ ଜଳଜୀବନ ମିଶନ ପାଇଁ ହଜାର କୋଟି ଟଙ୍କାର ବ୍ୟୟ ବରାଦ ରହିଛି

ସହରାଞ୍ଚଳ ସ୍ୱରେଜ ପ୍ରକଳ୍ପ ପାଇଁ ୧୩୮ କୋଟି ଟଙ୍କା

ସହରାଞ୍ଚଳ ପ୍ରଶାସନର ଉନ୍ନତି ପାଇଁ ୪୫୦ କୋଟି ଟଙ୍କା

ସ୍ମାର୍ଟ ସିଟି ପାଇଁ ୨୦୦ କୋଟି ଟଙ୍କା

କୁକୁଡା ଚାଷ ପାଇଁ ୮୭ କୋଟି ଟଙ୍କା

ଦୁଗ୍ଧ ଉତ୍ପାଦନ ଏବଂ ଅଭିବୃଦ୍ଧି ପାଇଁ ୩୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି

କୃଷକମାନଙ୍କର ସୁଧ ରିହାତି ବାବଦକୁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି

ସମବାୟ ବ୍ୟାଙ୍କମାନଙ୍କୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି ଟଙ୍କା

ବିଜୁ ଏକ୍ସପ୍ରେସ ପାଇଁ ୩୦୦ କୋଟି ଟଙ୍କା

ଅବଢା ଯୋଜନା ପାଇଁ ୧୪୦୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅର୍ଥ ମନ୍ତ୍ରୀ ବିଧାନ ସଭାରେ ସୂଚନା ଦେଇଛନ୍ତି