ରିଲିଜ୍ ହେଲା ଫିଲ୍ମ ‘ପଠାନ’

ଦୀର୍ଘ ୪ବର୍ଷ ପରେ ଦର୍ଶକଙ୍କ ପାଇଁ ଫେରିଛନ୍ତି କିଙ୍ଗ ଖାନ୍ । ବିବାଦ ଭିତରେ ଆଜି ରିଲିଜ୍ ହୋଇଛି ବହୂ ପ୍ରତିକ୍ଷିତ ଫିଲ୍ମ ‘ପଠାନ’ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁ ନଥିବା କ୍ରେଜ୍। ଲିଡ ରୋଲରେ ନଜର ଆସିଛନ୍ତି କିଙ୍ଗ ଖାନ୍ ଶାହରୁଖ ଓ ମସ୍ତାନୀ ଗର୍ଲ ଦୀପିକା ।ଏହି ଫିଲ୍ମରେ ଜନ ଆବ୍ରାହାମଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମ ‘ପଠାନ’ ରେ ଶାରୁଖାନ୍‌ ଜଣେ RAW ଏଜେଣ୍ଟ ଭାବରେ ଅଭିନୟ କରିଛନ୍ତି ।

ଶାହାରୁଖଙ୍କ କ୍ରେଜ ଆଗରେ କାମ କରିନି ବୟକଟ ଟ୍ରେଣ୍ଡ । ତେବେ ଏହି ଫିଲ୍ମ କେବଳ ମଲ୍ଟିଫ୍ଲେକ୍ସରେ ନୁହେଁ ସିଙ୍ଗଲ ସ୍କ୍ରିନ୍‌ ପ୍ରେକ୍ଷାଳୟରେ ମଧ୍ୟ ବମ୍ପର ବୁକିଂ ପାଇଛି । ଆଡଭାନ୍ସ ଟିକେଟ ବୁକିଂରେ ରେକର୍ଡ କରିସାରିଛି । ଆଗୁଆ ଟିକେଟ ବିକ୍ରିରେ ପଠାନ୍‌ ୨୦ କୋଟି ଟପିଛି ।

ଯାହାକି ବାହୁବଳୀ ୨ର ରେକର୍ଡକୁ ମଧ୍ୟ ଭାଙ୍ଗିଛି । ବର୍ତ୍ତମାନ ଏହି ଫିଲ୍ମକୁ ନେି ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ରହିଛି ।