କେନ୍ଦ୍ର ସରକାର ଦ୍ୱିତୀୟ ଡୋଜ୍ ଟିକାକରଣ କରିବା ପାଇଁ ଅତିରିକ୍ତ ୧୧.୧୬ଲକ୍ଷ ଡୋଜ୍ ଟିକା ପଠାଇଲେ

କରୋନା ର ଦ୍ୱିତୀୟ ଲହର ନ ଯାଉନୁ ତୃତୀୟ ଲହର ନିଜର ପ୍ରକୋପ ଦେଖାଇସାରିଲାଣି I କିନ୍ତୁ ଏପର୍ଯ୍ୟନ୍ତ କରୋନା ଟୀକା ର ୨ୟ ଡୋଜ ପ୍ରାୟ ସାଢ଼େ ୧୪ଲକ୍ଷ ଲୋକ ଧାର୍ଯ୍ୟ ସମୟ ମଧ୍ୟରେ ଟିକା ନେଇପାରିନାହାନ୍ତି I ଏବେ ରାଜ୍ୟ ସରକାର ୩ୟ ପର୍ଯ୍ୟାୟ କୋଭିଡ୍ ଲହରର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ଲୋକଙ୍କ ଟୀକାକରଣ ଉପରେ ଗୁରୁତ୍ୱ ଇଡାଯାଉଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୬ ପ୍ରତିଶତ, ନବରଙ୍ଗପୁରରେ ୪୩ ପ୍ରତିଶତ ବୌଦରେ ୪୦ ପ୍ରତିଶତ ଲୋକ ନିଜର ଦ୍ୱିତୀୟ ଡୋଜ୍ ଟୀକା ନେଇ ନ ଥିବା ବେଳେ ,ରାଜଧାନୀ ଭୁବନେଶ୍ୱରରେ ୮ ପ୍ରତିଶତ ଲୋକ ଧାର୍ଯ୍ୟ ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେଇପାରି ନଥିବା ଜଣାପଡ଼ିଛି। କେନ୍ଦ୍ର ସରକାର ଦ୍ୱିତୀୟ ଡୋଜ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ୧୧.୧୬ଲକ୍ଷ ଡୋଜ୍ ଟିକା ଚଳିତମାସରେ ଆବଣ୍ଟନ କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି ଦ୍ୱିତୀୟ ଡୋଜ୍ ଟୀକା ନେଇପାରି ନ ଥିବା ଲୋକମାନଙ୍କ ଟିକାକରଣ ନିମନ୍ତେ, ଅଗଷ୍ଟ ମାସରେ କରିବାକୁ ପରାମର୍ଶ ଦେଇଛନ୍ତି। ଦ୍ୱିତୀୟ ଡୋଜ୍ ମିସ୍ କରିଥିବା ଲୋକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ୯ଲକ୍ଷ ୯୨ହଜାର ୩୮୦ଟି ଡୋଜ୍ କୋଭିଶିଲଡ୍ ଓ ୧ଲକ୍ଷ ୨୪ହଜାର ୫୯୦ଟି ଡୋଜ୍ କୋଭାକ୍ସିନ୍ ଆବଣ୍ଟନ କରିଛନ୍ତି । ଏହାସହିତ ସରକାରୀ ଓ ଘରୋଇ ସ୍କୁଲ ଶିକ୍ଷକ ଏବଂ ସେମାନଙ୍କ ପରିବାର ସଦସ୍ୟ ଯେଉଁମାନେ କି ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି, ସେମାନଙ୍କୁ ସେପ୍ଟେମ୍ବର ୫ ପୂର୍ବରୁ ସ୍ୱତନ୍ତ୍ର ଭାବେ ଟିକାକରଣ କରାଇବାକୁ ଶ୍ରୀ ମହାପାତ୍ର କହିଛନ୍ତି। ଏହାସହିତ ଶିକ୍ଷକମାନେ ଯେଭଳି ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକା ନେବେ ସେଥିପାଇଁ ସବୁ ସ୍କୁଲଗୁଡ଼ିକୁ ଜଣାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ୨୩ତାରିଖ ସୁୂଦ୍ଧା ରାଜ୍ୟରେ ମୋଟ ୬୩ଲକ୍ଷ ୪୬ହଜାର ୫୯୩ଜଣ ଲୋକ ନିଜର ଦ୍ୱିତୀୟ ଡୋଜ୍ ଟିକା ନେବାର ଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ୪୮ଲକ୍ଷ ୯୬ହଜାର ୬୧୦ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ୧୪ ଲକ୍ଷ ୪୯ହଜାର ୯୮୩ଜଣ ନିଜର ଦ୍ୱିତୀୟ ଡୋଜ୍ ଟିକାକୁ ଧାର୍ଯ୍ୟ ସମୟ ମଧ୍ୟରେ ନେଇପାରିନାହାନ୍ତି।

Comments (0)
Add Comment