ସୋନପୁର: ବଲାଙ୍ଗୀର ଭୀମଭୋଇ ଚିକିତ୍ସାଳୟରେ ଘଟିଛି ଏକ ହୃଦୟ ବିଦାରକ ଘଟଣା I ଗତକାଲି ସନ୍ଧ୍ୟାରେ ଅସୁସ୍ଥ ବାପାଙ୍କ ଚିକିତ୍ସା ପାଇଁ ଯାଇଥିଲେ ପୁଅ I ରାତିରେ ବାପାଙ୍କୁ ପୁଅ ଆଡ଼ମିସନ କରିଥିଲେ I ସକାଳେ କୌଣସି କାମରେ ପୁଅ ବାହାରକୁ ଯାଉଥିବା ବେଳେ,ହଠାତ ସିଡିରେ ଅଚେତ ହୋଇ ପଡ଼ିଥିଲେ I ତାଙ୍କୁ ହସ୍ପିଟାଲ କର୍ମଚାରୀ ମାନେ ଉଠାଇ ତୁରନ୍ତ ଚିକିତ୍ସା କରାଇଥିଲେ କିନ୍ତୁ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା I ଏହି ଖବର ଶୁଣି ଅସୁସ୍ଥ ବାପାଙ୍କର ମଧ୍ୟ ମୃତ୍ୟୁ ଘଟିଛି I ବାପାଙ୍କୁ ଚିକିତ୍ସା ପାଇଁ ନେଇ ଯାଇଥିବା ପୁଅ ସହ ବାପାଙ୍କ ଦୁହେଁ ଶବ ହୋଇ ଘରକୁ ଫେରିଲେ। ଆଉ ଏକାସାଥିରେ ଶ୍ମଶାନରେ ଜଳିଛି ବାପ-ପୁଅଙ୍କ ଜୁଇ।
ଘଟନାନୁସାରେ,ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳରେ ରହୁଥିବା ଆଦିକନ୍ଦ ସା’ ଓ ତାଙ୍କ ପୁଅ ଆର୍ତତ୍ରାଣ ସା। ଗତକାଲି ସନ୍ଧ୍ୟାରେ ଆଦିକନ୍ଦ ସା ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ପୁଅ ଆର୍ତତ୍ରାଣ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ସେଠାରେ ଆଦିକନ୍ଦଙ୍କୁ ଆଡମିଟ କରାଯାଇଥିଲା। ଆର୍ତ୍ତତ୍ରାଣ ତାଙ୍କ ସହିତ ମେଡିକାଲରେ ଥିଲେ। ଆଜି ଭୋରରେ କୌଣସି କାମରେ ଆର୍ତ୍ତତ୍ରାଣ ହସ୍ପିଟାଲ ବାହାରକୁ ଆସିଥିଲେ। କାମ ସାରି ସେ ଶିଡ଼ି ଚଢ଼ି ବାପାଙ୍କ ପାଖକୁ ଫେରୁଥିବା ବେଳେ ହଠାତ ଅଚେତ ହୋଇ ପଡ଼ି ଯାଇଥିଲେ। କିଛି ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମେଡିକାଲ ବେଡରେ ଚିକିତ୍ସାଧୀନ ଥିବା ଆଦିକନ୍ଦ ଯେତେବେଳେ ପୁଅର ମୃତ୍ୟୁ ଖବର ପାଇଲେ ତାଙ୍କର ବି ପ୍ରାଣବାୟୁ ଉଡ଼ି ଯାଇଥିଲା। ବାପ ଓ ପୁଅଙ୍କ ମୃତଦେହ ତରଭା ସ୍ଥିତ ବସଭାବନକୁ ଅଣାଯାଇ ଏକା ସାଥିରେ ଦୁଇ ଜଣଙ୍କ ଶବସତ୍କାର କରାଯାଇଛି । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।