ନୂଆବର୍ଷ ପୂର୍ବରୁ ନିଶା କାରବାର ଉପରେ ଅବକାରୀ ବିଭାଗର କଡ଼ା ନଜର

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗର କଡ଼ାନଜର ।  ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  ଏସଟିଏଫ ଓ ଅବକରୀ ବିଭାଗ ମିଳିତ ଭାବେ କରିବେ ଚଢ଼ାଉ ।  ଏଥିପାଇଁ ଜଏଣ୍ଟ ଟିମ୍ ଗଠନ ହୋଇଛି। ଜିରୋ ନାଇଟ ସେଲିବ୍ରେଶନ ବେଳେ ବି ରହିବ କଡ଼ା ନଜର। ଯେଉଁଭଳି ଆଇନ ଉଲଂଘନ ନହୁଏ ଏବଂ ଅପରାଧିକ କାର୍ଯ୍ୟକଳାପ ନବଢେ, ସେଥିପାଇଁ ସ୍କ୍ୱାଡ଼ିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏ ଦିଗରେ ସମସ୍ତଙ୍କୁ ସଚେତନ କରାଯିବ। ଜିରୋ ନାଇଟ ସେଲିବ୍ରେସନ ନେଇ ଅବକାରୀ ବିଭାଗର କଟକଣା ରହିବ। ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ ବୋଲି କୁହାଯାଇଛି। ଅନୁମତି ନ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି । ଜାନୁଆରୀ ମଧ୍ୟ ଭାଗ ଯାଏଁ ଏନେଇ ଯାଞ୍ଚ ଜାରି ରଖିବ ବୋଲି ଅବକାରୀ ବିଭାଗ କହିଛି। ବିନା ଅନୁମତିରେ କିଛି ଜାଗାରେ ଜିରୋ ନାଇଟ୍ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗକୁ ବିଭିନ୍ନ ସୂତ୍ରରୁ ଖବର ଆସିଛି। ଏହାକୁ ରୋକିବା ପାଇଁ ଖୁବଶୀଘ୍ର ବିଭାଗ ପଦକ୍ଷେପ ନେବ ବୋଲି ଅବକାରୀ କମିଶନର ନରସିଂହ ଭୋଳ ଚେତାବନୀ ଦେଇଛନ୍ତି।