ଅଫଲାଇନରେ ହେବ ପରୀକ୍ଷା :ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ପିଲାଙ୍କ ପରୀକ୍ଷା ସମ୍ପର୍କରେ ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋର୍ସ ସରିବା ପରେ ଅଫଲାଇନ ରେ ପରୀକ୍ଷା ହେବା ନେଇ ମନ୍ତ୍ରୀ ତଥ୍ୟ ପ୍ରକାଶ କରିଛନ୍ତି । ଏଥି ସହ ଯେଉଁ ସମୟରେ ପରୀକ୍ଷା ହେବା ପାଇଁ ନିଷ୍ପତି ହୋଇଥିଲା ସେହି ସମୟରେ ହିଁ ପରୀକ୍ଷା କରାଯିବ ବୋଲି କହିଛନ୍ତି ସମୀର ଦାଶ । ଗତ ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ସ୍କୁଲ ଖୋଲି ସାରିଛି । ସେହିପରି ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ I ସେପଟେ ଏପ୍ରିଲ ୨୬ ତାରିଖରୁ ସିବିଏସଇର ଟର୍ମ ୨ ବୋର୍ଡ ପରୀକ୍ଷା ଆୟୋଜିତ ହେବ । ଦଶମ ଶ୍ରେଣୀ ଏବଂ ଦ୍ବାଦଶ ଶ୍ରେଣୀ ପିଲାମାନଙ୍କର ଟର୍ମ ୨ ପରୀକ୍ଷା କରାଯିବ । ତେବେ ଏ ନେଇ ଖୁବ ଶୀଘ୍ର ସିବିଏସଇ ଡାଟା ଜାରି କରିବ ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁଯାୟୀ ପରୀକ୍ଷା ହେବା ନିଶ୍ଚିତ । ତେଣୁ ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ସେ ଉପଦେଶ ଦେଇଛନ୍ତି ।

Comments (0)
Add Comment