ଶତ୍ରୁ ଡ୍ରୋନ୍କୁ ଧ୍ବଂସ କରିବ ଚିଲ

ନୂଆଦିଲ୍ଲୀ : ପାରା ପରେ ଆଉ ଏକ ପକ୍ଷୀ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ହେଲା ସାମିଲ I ଶତ୍ରୁପକ୍ଷ ଙ୍କ ଉପରେ ନଜର ରଖିବାପାଇଁ ସେନାରେ ସାମିଲ ହେବ ପ୍ରଶିକ୍ଷିତ ଚିଲ I ବିଶେଷ କରି ଚିଲ ନଜରରୁ ଖସିପାରିବ ନାହିଁ ଶତ୍ରୁପକ୍ଷର ଡ୍ରୋନ୍‌ I ଆକାଶରେ ଅନୁପ୍ରବେଶ ରୋକିବ ଭାରତୀୟ ସେନାର ଚିଲ ଅର୍ଜୁନ I ଶତ୍ରୁ ଡ୍ରୋନ୍‌କୁ ଟାର୍ଗେଟ କରି ଝାମ୍ପ ମାରି ଖସାଇବ I ଭାରତ ସୀମାନ୍ତ ଆକାଶରେ ଏଣିକି ମୁତୟନ ହେବ ଭାରତୀୟ ସେନାର ନୂଆ ଜଗୁଆଳି।

ଏହି ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ଚିଲ ମାନଙ୍କୁ ଭାରତୀୟ ସେନାର ମିରଟ ସ୍ଥିତ ରିମାଉଣ୍ଟ ପ୍ରାଣୀ ଚିକିତ୍ସାଳୟରେ ତାଲିମ ଦିଆଯାଇଛି । ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍ ସମରାଭ୍ୟାସ ବେଳେ ଭାରତରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଛି I

ପଞ୍ଜାବ ସମେତ ବିଭିନ୍ନ ସୀମାନ୍ତ ରାଜ୍ୟରେ ଡ୍ରୋନ୍ ଅନୁପ୍ରବେଶ, ସେଥିରେ ଡ୍ରଗ୍ସ ଓ ହତିଆର ଚାଲାଣ ଏକ ଜଟିଳ ସମସ୍ୟାର ରୂପ ନେଇଛି। ଏହାକୁ ପ୍ରତିହତ କରିବା ପାଇଁ ଚିଲଙ୍କୁ ପ୍ରଶିକ୍ଷଣ ଦେଉଛି ଭାରତୀୟ ସେନା। ସେନାର କେନାଇନ୍ ଆର୍ମି ବା ପ୍ରଶିକ୍ଷିତ କୁକୁର ସହ ମିଶି ଏଣିକି ଚିଲ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଭାବେ କାମ କରିବ। ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଭାରତ-ଆମେରିକା ମିଳିତ ସମରାଭ୍ୟାସରେ ଏହି ଚିତାକର୍ଷକ କରାନାମ ପ୍ରଦର୍ଶନ କରି ପୂରା ବିଶ୍ୱକୁ ଭାରତୀୟ ସେନାର ନିଜର ଦକ୍ଷତା ପ୍ରଦର୍ଶନ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଶତ୍ରୁର ସମସ୍ତ ଯୋଜନାକୁ ବିଫଳ କରିବା ପାଇଁ ଭାରତୀୟ ସେନା ନୂଆ ଯୋଜନା କରିଛି I ଭାରତୀୟ ସେନାର ତାଲିମ୍ପ୍ରାପ୍ତ କୁକୁରମାନଙ୍କ ଭଳି ଏହି ପ୍ରଶିକ୍ଷିତ ଚିଲ ମାନେ ଡ୍ରୋନ୍ ଆଣ୍ଟି ସିଷ୍ଟମ ଭାବରେ କାର୍ଯ୍ୟ କରିବେ ଏବଂ ଶତ୍ରୁପକ୍ଷର ଡ୍ରୋନ୍ ଗୁଡିକୁ ମାଡିବସି ତାକଳୁ ଖସାଇବେ I ଏହି ସମୟରେ, ଭାରତ-ଆମେରିକାର ମିଳିତ ତାଲିମ “ଯୁଦ୍ଧାଭ୍ୟାସ ୨୨ ” ର ୧୮ ତମ ସଂସ୍କରଣ ଶନିବାର ଉତ୍ତରାଖଣ୍ଡର ମୌଲି ଠାରେ ଚାଲିଥିବା ଯୁଦ୍ଧ ଅଭ୍ୟାସରେ ଏହାର ପ୍ରଦର୍ଶନ କରାଯାଇଛି । ଏହି ପ୍ରଶିକ୍ଷଣ ସମୟରେ ଉଭୟ ଚିଲ ଓ କୁକୁର ମାନଙ୍କୁ ଯୁଦ୍ଧ ସମୟରେ କିଭଳି ଏକତ୍ର ମିଶି ଶତ୍ରୁ ଡ୍ରୋନ ଚିହ୍ନଟ ହେବା ମାତ୍ରେ ତଳକୁ ଖସାଇବେ ସେ ବିଷୟରେ ସ୍ୱତନ୍ତ୍ର ତାଲିମ ଦିଆଯିବ ବୋଲି କୁହାଯାଇଛି ।