ପଳାଶୁଣି ଛକ ରେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଗିରଫ

ଭୁବନେଶ୍ୱର ପଳାଶୁଣୀ ଛକରେ ଗତ ଏପ୍ରିଲ ୪ ତାରିଖ ରେ ଭୟଙ୍କର ସିରିଜ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଗିରଫ ହୋଇଛି I ଗିରଫ ହୋଇଥିବା ଅଭିଯୁକ୍ତ ଡ୍ରାଇଭର ହେଉଛି ଖୋର୍ଦ୍ଧା ଜିଲ୍ଲାର ସୌଭାଗ୍ୟ ପାତ୍ର । ଦୁର୍ଘଟଣା ପରେ ପରେ ଡ୍ରାଇଭର ତୁରନ୍ତ ଗାଡି ରୁ ଡେଇଁ ଫେରାର ହୋଇଯାଇଥିଲା ,ତେବେ ଫେରାର ହାଇୱା ଡ୍ରାଇଭରକୁ ପୋଲିସ୍‌ ଖୋର୍ଦ୍ଧା ନିକଟବର୍ତ୍ତୀ ବୋଗୋଡ଼ା ଗାଁରୁ ଗିରଫ କରିଛି ଇ ଗିରଫ ହେବା ପରେ ଅଭିଯୁକ୍ତ ଚାଳକ ଜଣକ ମଦ୍ୟପାନ କରିଥିବା ସ୍ୱୀକାର କରିଛନ୍ତି ।
ସୂଚନା ଅନୁସାରେଗତ ଏପ୍ରିଲ ୪ ତାରିଖ ସକାଳ ୯ ଟା ସମୟରେ ଘଟିଥିଲା ଏହି ମର୍ମନ୍ତୁଦ ହାଇୱା ଦୁର୍ଘଟଣା I ପଳାଶୁଣୀ ଛକରେ ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବା ସମୟରେ ଗୋଟିଏ ଡମ୍ପର କିଛି ସମୟ ଅଟକି ରହିଥିଲା , ଏବଂ ତା ପଛକୁ ଏକ ଅଲ୍ଟୋ କାର ଓ କାର ପଛକୁ ଏକ ଇନୋଭା ଗାଡି ମଧ୍ୟ ଅଟକି ଥିଲା I ଏହି ସମୟରେ ପଛରୁ ଏକ ହାଇୱା ଦୃତ ଗତିରେ ଆସି ପ୍ରଥମେ ଇନୋଭାକୁ ଧକ୍କମାରିଥିଲା ଇ ଫଳରେ ଇନୋଭା ଟି ଡିଭାଇଡର ଡେଇଁ ରାସ୍ତା ଆରପଦଟିକୁ ଯାଇ ପଡିଥିବା ବେଳେ ଟା ସାମ୍ନାରେ ଥିବା ଅଲ୍ଟୋ କାର ଟି ୨ ଟିହାଇୱା ମଝିରେ ଚାପି ହୋଇଯାଇଥିଲା । ଏଥିରେ ଥିବା ଧର୍ମଶାଳାରେ ଏସଡିଓଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାସହ ହାଇୱା ଅନ୍ୟ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲା । ସମ୍ପୃକ୍ତ କାର ଆଉ ଏକ ବାଇକ୍‌ ସହ ପିଟି ହୋଇଯାଇଥିଲା । ଏହି ଘଟଣାରେ ଏକାଧିକ ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିଲା । ତେବେ ଆଜି ଗିରଫ ହେବାପରେ ସେ ମଦ ନିଶାରେ ଥାଇ ସମ୍ନାରେ ଥିବା ଛୋଟ ଗାଡି ଦେଖି ପରି ନ ଥିଲା ବୋଲି ମନ୍ତବ୍ୟ ଦେଇଛି I