ରାଜଧାନୀରେ ଉତ୍କଟ ହେଉଛି ଡ୍ରେନେଜ ସମସ୍ୟା:ପ୍ରତିକ୍ରିୟା ରଖିଲେ ବିଏମସି କମିସନର

ଗତ ରବିବାର ଦିନ ଭୁବନେଶ୍ୱର ଶତାବ୍ଦୀ ନଗର ଡ୍ରେନେଜ ଦୁର୍ଘଟଣା ରେ ଛାତ୍ରଙ୍କ ମୃତ୍ୟୁ ପରେ ବିଏମସି ତତ୍ପରତା ଦେଖାଇଛି I ରାଜଧାନୀରେ ଡ୍ରେନ ଜବରଦଖଲ କରି ଘର କରିବା ଫଳରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଛି I ଏହି ସମସ୍ୟାକୁ ନେଇ ବିଏମସି କମିସନର ସଞ୍ଜୟ ସିଂ ପ୍ରତିକ୍ରିୟା ରେ କହିଛନ୍ତି ଗତ ସପ୍ତାହରେ ଭୁବନେଶ୍ୱରରେ ହୋଇଥିବା ବର୍ଷା ୬୩ବର୍ଷର ରେକର୍ଡ ଭାଙ୍ଗିଥିଲା। ଫଳରେ ସହର ମଧ୍ୟରେ ଜଳବନ୍ଦୀ ଆବସ୍ଥା ସୃଷ୍ଟି ହେଇଥିଲା I ବିଏମସି ଦ୍ୱାରା ଏହି ଭଳି ୭୫ ଟି ଅଂଚଳ କୁ ଚିହ୍ନଟ କରାଯାଇଛି I କାହିଁକି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି ତାର କାରଣ ବାହାର କରାଯାଇଛି। ଅଳ୍ପ ସମୟ ମଧ୍ୟରେ କିପରି ସ୍ଥାୟୀ ସମାଧାନ ହୋଇ ପାରିବ ତାର ରାସ୍ତା ବାହାର କରାଯାଇଛି ।
ଗତକାଲି ଠାରୁ ସେହି ପଏଣ୍ଟ ଗୁଡିକର ରିଭିଉ କରାଯାଉଛି। ଯେଉଁଠି ଜମି ଅଧିଗ୍ରହଣ ଓ ଏନଫୋର୍ସମେଣ୍ଟ ରିମୁଭାଲ ଦରକାର ପଡିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରାଯିବ । ନିଜ ନିଜ ଅଞ୍ଚଳର ଏଷ୍ଟିମେଟ ତିଆରି ପାଇଁ ସବୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନେଚୁରାଲ ଡ୍ରେନରେ କଭର ନ କରିବା ପାଇଁ ସୁପ୍ରିମକୋର୍ଟ, ଗ୍ରୀନ ଟ୍ରିବ୍ୟୁନାଲ, ନ୍ୟାସନାଲ ଓ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଗାଇଡ଼ ଲାଇନ ରହିଛି ।ଗାଇଡ଼ ଲାଇନ ମାନି ଦୁର୍ଘଟଣା ଏଡ଼ାଇବା ପାଇଁ ଉଚିତ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି ।

Comments (0)
Add Comment