ଶୁଆଶାରୀ ଦେଉଳ ଉତ୍ତର ପାଖରୁ ଆଉ ଏକ ନୂତନ ମନ୍ଦିର ଆବିଷ୍କାର

ଦଶମ ଶତାବ୍ଦୀର ନିର୍ମିତ ଶୁଆଶାରୀ ଦେଉଳ ନିକଟରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ପକ୍ଷରୁ ଆଉ ଏକ ନୂତନ ମନ୍ଦିର ଆବିଷ୍କାର ହୋଇଛି I
ସୂଚନାଅନୁସାରେ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ଥିବା ଶୁଆଶାରୀ ମନ୍ଦିର ର ଖନନ କାର୍ଯ୍ୟ ଚାଲିଥିଲା I କିନ୍ତୁ କରନା ଯୋଗୁଁ ଏହି ଖନନ କାର୍ଯ୍ୟ ଗତ ମାର୍ଚ୍ଚ ମାସରୁ ବନ୍ଦ ରଖାଯାଇଥିଲା I ଏହାପରେ ସୋମବାର ଠାରୁ ପୁଣି ଖୋଳା ଯାଇଥିଲା I ଏହି ଖୋଳା ଯିବା ସମୟରେ ମଦିର ଉତ୍ତର ପାର୍ଶ୍ୱ ତଥା ବିନ୍ଦୁସାଗର ଆଡକୁ ଖୋଲାଯିବI ପରେ ଆଉ ଏକ ମନ୍ଦିର ଆବିଷ୍କାର ହୋଇଛି I ଲିଙ୍ଗରାଜ ମନ୍ଦିର ପରି ଶୁଆଶାରୀ ମନ୍ଦିର ବେଢ଼ାରେ ଅନେକ ମନ୍ଦିର ରହିଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସନ୍ଦେହ କାରାଯାଉଛି I ପୁର୍ବରୁ ମଧ୍ୟ ଶୁଆଶାରୀ ମନ୍ଦିର ର ଚଟାଣ ଓ ଚାରି କୋଣ ରେ ତିନିଟି ମନ୍ଦିର ର ଭଗ୍ନାବଶେଷ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଆଵିସ୍କୃତ ହୋଇଥିଲା I ଏହି ଭଗ୍ନାବଶେଷ ଆଵିସ୍କୃତ ହେବାପରେ ଏହି ଦେଉଳ ପଞ୍ଚରତ୍ନ ଶୈଳୀରେ ନିର୍ମିତ ହୋଇଥିବା ଗବେଷକ ମାନେ ଅନୁମାନ କରିଛନ୍ତି I ଦେଉଳ ର ସମ୍ପୂର୍ଣ୍ଣ ଚଟାଣ ଅଂଶ ପ୍ରାୟ ୫ ଫୁଟ ଗଭୀର ମାଟିତଳେ ପୋତିହୋଇ ରହିଥିଲା I ପ୍ରଥମେ ଦେଉଳ ଚାରିପରେ ଚଟାଣ ବାହାରିବାପରେ ଦ୍ୱାର ମୁହଁରେ ଏକ ଜଗତି ବାହାରି ଥିଲା ଏହାବାଦ ଦେଉଳ ଉତ୍ତର ପୂର୍ବ କୋଣ ରେ ଯେଉଁ ଯେଉଁ ମନ୍ଦିର ର ଭଗ୍ନାବଶେଷ ବାହାରିଛି ତାହା ମାଟିତଳେ ପୋତି ହୋଇ ରହିଥିବା ମନ୍ଦିର ବୋଲି ଅନୁମାନ କରାଯାଉଛି I ଏହିଭଳି ଅନେକ କୀର୍ତି ରାଜି ମାଟି ତଳେ ପୋତି ହୋଇ ରହିଥିବା ସମ୍ପର୍କରେ ଏଏସଆଇ ଜାଣିଥିଲେ ମଧ୍ୟ ଏହା ଆବିଷ୍କାର ପାଇଁ ଆନ୍ତରିକତା ଦେଖାଇ ନଥିଲା I ତେବେ ରାଜ୍ୟ ସରକାର ଏକାମ୍ର ବିକାଶ ପ୍ରତି ମନ ବଳାଇ ବିକାଶ କାର୍ଯ୍ୟ ଆରମ୍ଭ କରିବାପରେ ଏଏସଆଇ ର ନିଦ୍ରାଭଙ୍ଗ ହୋଇଥିଲା I ଏବଂ ତା ପରଠାରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା I

Comments (0)
Add Comment