୨୦୨୨-୨୩ ବଜେଟ ପ୍ରସ୍ତୁତି ପୂର୍ବରୁ ଓ୍ୱବସାଇଟ ଜରିଆରେ ଜନସାଧାରଣଙ୍କ ଠାରୁ ମତାମତ ଲୋଡିଲା ଅର୍ଥ ବିଭାଗ

୨୦୨୨-୨୩ ବାର୍ଷିକ ବଜେଟ ପ୍ରସ୍ତୁତି ପୂର୍ବରୁ ରାଜ୍ୟ ଅର୍ଥ ବିଭାଗର ଜନସାଧାରଣ, ନାଗରିକ ସମାଜ, ଅର୍ଥନୀତିଜ୍ଞଙ୍କଠାରୁ ଲୋଡାଗଲା ମତାମତ । ଏହା ଏକ ୱେବ ପୋର୍ଟାଲ ମାଧ୍ୟମରେ https://budget.odisha.gov.in ରେ ଉପଲବ୍ଧ ହେବ । ବଜେଟ ନେଇ ଜନସାଧାରଣ ସେମାନଙ୍କ ପରାମର୍ଶ ଇ-ମେଲ୍‌ରେ odisha. budget@gov.inରେ ପଠାଇପାରିବେ ।ସେହିପରି ବଜେଟ ସମ୍ବନ୍ଧୀୟ ସୂଚନା ମଧ୍ୟ ହ୍ଵାଟସ ଆପ୍‌ରେ 9438161111ରେ ଦେଇପାରିବେ । ସେହିପରି ସାମାଜିକ ଗଣମାଧ୍ୟମ ଟ୍ଵିଟର ଓ ଫେସବୁକ୍‌ରେ ମଧ୍ୟ ଦେଇପାରିବେ ମତାମତ । ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଆଜିଠୁ ୩୧ ତାରିଖ ଯାଏ ପରାମର୍ଶ ଦେଇପାରିବେ ବୋଲି କୁହାଯାଇଛି ।

Comments (0)
Add Comment