ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ

ଭୁବନେଶ୍ବର :  ଗଭୀର ଅବପାତର ରୂପ ନେଇଛି ଲଘୁଚାପ । କାଲି ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ । ବାତ୍ୟା ଦିଗ ପରିବର୍ତ୍ତନ କରିଥିବାରୁ ବିଶେଷ ଭାବେ ଏହାର କୌଣସି ପ୍ରଭାବ ପଡିବନି । ଉତ୍ତର-ଉତ୍ତର ପୂର୍ବ ଦିଗ ମୁହାଁଇଥିବାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

୪ ଘଣ୍ଟାରେ ପାରାଦୀପରେ ସର୍ବାଧିକ ୬.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟରେ ପବନର ବେଗ ବଢିବ , ତେଣୁ ୧୮ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ବାରଣ ରହିଛି । ଶନିବାର ସକାଳେ ଏହା ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଧ୍ୟରେ ଅତିକ୍ରମ କରିବ  ।

ଯାହାର ପ୍ରଭାବରେ ଆଜି ୬ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।