ରାଜ୍ୟରେ ସ୍କୁଲ ଖୋଲିବା ନିଷ୍ପତି ଅପରିବର୍ତ୍ତିତ : ୩ରୁ ଖୋଲିବ ସମସ୍ତ ପ୍ରାଥମିକ ବିଦ୍ୟାଳୟ ,ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଲାସ । ଏନେଇ ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ‘ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି । ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ସ୍କୁଲ ଖୋଲିବା ପରେ ମୁଁ ମଧ୍ୟ ଡିଇଓଙ୍କ ସହ ବୈଠକ ନେବି । ଯେଉଁ ପିଲା ଚାହିଁବେ ଅନଲାଇନରେ ବି ପଢ଼ିପାରିବେ । ସ୍କୁଲ କ୍ୟାମ୍ପସ ସ୍ପଚ୍ଛ ରଖାଯାଇଛି । ପିଲାଙ୍କୁ ଗହଳିରୁ ଦୂରେଇ ରଖନ୍ତୁ । ୨୦୨୨ରେ ପରୀକ୍ଷା ଠିକ୍ ସମୟରେ ହେବ ।’
ତେବେ ରାଜ୍ୟରେ ସ୍କୁଲ ଖୋଲିବ ନିଷ୍ପତ୍ତି ବଦଳିପାରେ ବୋଲି ପୂର୍ବରୁ ଡିଏମଇଟି ରମାରମଣ ମହାନ୍ତି କହିଥିଲେ । ସେ କହିଥିଲେ ଯେ, ‘ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ । ସେତେବେଳେ ଓମିକ୍ରନ ଆସିନଥିଲା କି ସଂକ୍ରମଣ ବଢ଼ି ନଥିଲା । ଏବେ ସଂଖ୍ୟା ବଢ଼ିଲାଣି, ଯାହାଫଳରେ ସ୍କୁଲ ଖୋଲିବ ନିଷ୍ପତ୍ତି ବଦଳିପାରେ ।’ ଆଜି ରାଜ୍ୟରେ ଓ ଜାତୀୟ ସ୍ତରରେ ଓମିକ୍ରନ ସଂକ୍ରମଣ ବଢ଼ିଛି । ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଥିଲେ

Comments (0)
Add Comment