ହତ୍ୟା ମାମଲାରେ ୪ ଅଭିଯୁକ୍ତ ପୋଲିସ ଙ୍କ ବିରୋଧ ରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

୨୦୧୭ ମସିହାରେ କୋରାପୁଟ ଜିଲ୍ଲା ଜୟପୁର ଥାନା ହାଜତ ମୃତ୍ୟୁ ଘଟଣା ରେ ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ୨୦୧୭ ମସିହା ଜାନୁଆରୀ ୩୦ ତାରିଖରେ ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ହତ୍ୟା କରି ପୁଲିସ୍‌ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଥିଲା। ଆକାଶ ନାମରେ ୧୪ଟି ଅପରାଧିକ ମାମଲା ରହିଥିଲା। ପିଛା କରିବା ସମୟରେ ବାଇକ୍‌ରୁ ପଡି ଆକାଶଙ୍କ ମୃତ୍ୟୁ ଘଟିଥିବା ତଦନ୍ତ ବେଳେ ପୋଲିସ କହିଥିଲା। ତେବେ ଏହି ଘଟଣାକୁ ପରିବାର ଲୋକେ ସହଜ ରେ ଗ୍ରହଣ ନ କରି ଆକାଶ ଙ୍କୁ ହତ୍ୟା କରିଥିବାର ଅଭିଯୋଗ କରିଥିଲେ। ଏପରିକି ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପି, ଜିଲ୍ଲାପାଳ ତଥା ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ହତ୍ୟା ମାମଲାରେ ୪ ଜଣ ପୋଲିସ ଅଧିକାରୀ ସମ୍ପୃକ୍ତ ଥିବାର ଅଭିଯୋଗ କରିଥିଲେ ଇ ତେବେ ଦୀର୍ଘ ୪ ବର୍ଷ ପରେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବାକୁ ଯାଉଛି। ସେମାନେ ହେଲେ ଜୟପୁର ଟାଉନଥାନାର ପୂର୍ବତନ IIC ତପନ ରଥ, ଜୟପୁର ଥାନାର ତତ୍କାଳୀନ ପୂର୍ବତନ ସବ୍ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ପୂର୍ବତନ ସବ୍ଇନ୍ସପେକ୍ଟର ରାଜେଶ ବଳିୟାରସିଂ। । ଏହାବାଦ ତତ୍କାଳୀନ SDPO ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।
କ୍ରାଇମ୍‌ବ୍ରାଞ୍ଚ ଏ ଏସ ପି ରାମଚନ୍ଦ୍ର ଥମ୍ବ ଏହି ମାମଲାର ତଦନ୍ତ କରିବେ ବୋଲି ଜଣାପଡିଛି I

Comments (0)
Add Comment