ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଗଲା

ଗତ ୧୩ ତାରିଖ ଦିନ ପୁରୀ ନୂଆ ନଈ ନିକଟରୁ ଉଦ୍ଧାର ହୋଇଥିଲା ସଂଜୟ ଦାସବର୍ମାଙ୍କ ଘନିଷ୍ଠ ସହଯୋଗୀ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ । ଏହି ଘଟଣା ସାମ୍ନାକୁ ଆସିବା ପରେ ପରିବାର ଲୋକେ ଏହା ଏକ ସୁ-ପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ I ଏବଂ ଏହି ହତ୍ୟାକାଣ୍ଡରେ ସଂଜୟଦାସ ବର୍ମା ଙ୍କ ଅନ୍ୟତମ ସହଯୋଗୀ ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜାଗା ର ପ୍ରତ୍ୟକ୍ଷ ସମ୍ପୃକ୍ତି ଅଛି ବୋଲି କହିଥିଲେ I ଏହା ସହିତ ସଞ୍ଜୟ ଦାସବର୍ମା ଙ୍କ ଜ୍ଞାତସIର ରେ ହୋଇଥିବା କଥା ଅଭିଯୋଗ କରିଛନ୍ତି I ତେଣୁ ଏହି ମାମଲାରେ ପ୍ରଥମେ ଏସଆଇଟି ତଦନ୍ତ ନିର୍ଦେଶ ହୋଇଥିଲା I ଆଜି ଏହି ମାମଲା ତଦନ୍ତ ଭାର କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଛି I ସେଥିପାଇଁ ଆଜି ପୁରୀ ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଡିଜିପିଙ୍କ ନିର୍ଦ୍ଦେଶ ପରେ ୪ ଜଣିଆ ଟିମ୍ ଗଠନ ହୋଇଛି । କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ସବୁ ଦିଗକୁ ନେଇ ତଦନ୍ତ କରାଯିବ । ଆଜି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି । ଗତ ୧୧ ତାରିଖରେ ଜଗନ୍ନାଥ ଷଡ଼ଙ୍ଗୀ ଘରେ ଭୋଜି ଖାଇବାକୁ ଡାକି ନେଇଥିଲା ଜାଗା ଆଉ ସେହି ଦିନରୁ ଭୋଜି ଖାଇବାକୁ ଯାଇ ଘରକୁ ଫେରିନଥିଲେ ଚିତରଂଜନ ପଲେଇ ।
ସଂଜୟ ଦାସବର୍ମାଙ୍କ ସହ ପରିବାର ସଦସ୍ୟ ଗତକାଲି ପୁରୀ ଏସ୍ପିଙ୍କୁ ଭେଟିଥିଲେ । ଘଟଣାର କ୍ରାଇମ୍ବ୍ରାଂଚ ତଦନ୍ତ ଦାବି କରିଥିଲେ ପରିବାର ଲୋକେ ।ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଷଡଙ୍ଗୀର ହାତ ରହିଥିବା ପରିବାର ଲୋକଙ୍କ ଅଭିଯୋଗ ପରେ ତାକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ, କିନ୍ତୁ ତାର ଉତ୍ତର ରେ କୌଣସି ତାଳ ମେଳ ରହୁ ନ ଥିବା କହିଛି ପୋଲିସ । ଯାହା ଜଣାପଡିଛି ୫ ମାସ ପୂର୍ବରୁ ବିବାହ କରିଥିବା ଚିତ୍ତରଞ୍ଜନ ,ବିବାହ ସମୟରେ କିଛି ଟଙ୍କା ଧାର ସୂତ୍ରରେ ଜାଗା ଠାରୁ ଆଣିଥିଲେ ଏବଂ ଏହି ଟଙ୍କା ନେଣ ଦେଣ କୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ,ତେଣୁ ଏହି କାରଣ ଯୋଗୁଁ ଚିତ୍ତରଂଜନକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ I

Comments (0)
Add Comment