ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ୨ ଜଣଙ୍କୁଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ସେମାନଙ୍କୁ ଗିରଫ କରି ତଦନ୍ତକାରୀ ସଂସ୍ଥା ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ଏହି ଦୁଇ ଅଭିଯୁକ୍ତ ହେଲେ- ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ର ଆଜି ସନ୍ଧ୍ୟା ସାଢ଼େ ୫ ଟାରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦଦେଇଛନ୍ତି I
ସୂଚନା ଅନୁସାରେ, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଥିଲେ ଚିତ୍ତରଞ୍ଜନ ପଲେଇ I ଗତ ଡିସେମ୍ବର ୧୧ରୁ ଚିତ୍ତରଞ୍ଜନ ନିଖୋଜ ଥିଲେ ଏବଂ ଡିସେମ୍ବର ୧୩ ତାରିଖରେ ଚିତ୍ତରଞ୍ଜନଙ୍କ ମୃତଦେହ ପୁରୀ ନୂଆନଈ ନିକଟରୁ ମିଳିଥିଲା । ତାଙ୍କୁ ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ନିଜ ଘରେ ହେଉଥିବା ଭୋଜି ଖାଇବା ପାଇଁ ୧୧ ତାରିଖ ରତୀରରେ ଘରୁ ଡାକି ନେଇଥିବା କଥା ପ୍ରଥମେ ପରିବାର ଲୋକେ କହିଥିଲେ ଏବଂ ତା ପର ଠୁ ସେ ନିଖୋଜ ଥିଲେ I ଏହି କେଶ ରେ ପ୍ରଥମେ ପୁଲିସ୍ ତଦନ୍ତ କରୁଥିଲା । କିନ୍ତୁ ୧୫ ତାରିଖରେ ତଦନ୍ତ ଭାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେଇଥିଲା । ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଓ ଏହି ହତ୍ୟାକାଣ୍ଡରେ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା କଥା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ ସଠିକ୍ ବାଟରେ ଯାଉ ନଥିବା ନେଇ ଆଜି ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଅଭିଯୋଗ କରିଥିଲେ। ଏହା ସହିତ ସାହସ ଥିଲେ ଘଟଣାର ସିବିଆଇ ତଦନ୍ତ କରାଇବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ।
ତେବେ ଏହି ଘଟଣାରେ ଯେଉଁ ମହିଳାଙ୍କ ହାତ ଥିବା କଥା ଉଠିଥିଲା ସେ ବିଷୟରେ କ୍ରାଇମବ୍ରାଞ୍ଚ ସଠିକ କିଛି କହି ନ ଥିଲେ ମଧ୍ୟ ଉକ୍ତ ମହିଳାଙ୍କ ଘରକୁ ଯିବା ଆସିବା ନେଇ ଉଭୟ ମୃତକ ଏବଂ ହତ୍ୟାକାରୀ ଙ୍କ ମଧ୍ୟରେ ବିବାଦ ହୋଇଥିବା କଥା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି I

Comments (0)
Add Comment