ମା ଙ୍କ ସମେତ ଶିଳ୍ପା ଓ ଭଉଣୀ ଙ୍କୁ ସମନ ଜାରି କଲେ କୋର୍ଟ

କୋର୍ଟ ର ଦ୍ୱାରସ୍ଥ ହେବେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଶିଲ୍ପାଙ୍କ ପରିବାର ବିରୋଧରେ ଅଂଧେରୀ ର ଏକ କୋର୍ଟ ସମନ ଜାରି କରିଛି । ଶିଲ୍ପାଙ୍କ ଙ୍କ ସମେତ ମା’ ସୁନନ୍ଦା ସେଟ୍ଟୀ ଓ ଭଉଣୀ ସମୀତା ସେଟ୍ଟୀ ମଧ୍ୟ ଫେବୃଆରୀ ୨୮ ତାରିଖରେ କୋର୍ଟ ରେ ହାଜର ହେବାକୁ ସମନ ଜାରି ହୋଇଛି ।
ସୂଚନା ମୁତାବକ ଜଣେ ଅଟୋ ମୋବାଇଲ୍ ବ୍ୟବସାୟୀ ଅଭିଯୋଗ ଆଣିଛନ୍ତି ଯେ, ଏହି ତିନି ଜଣ ୨୧ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ କିନ୍ତୁ ସୁଝି ନାହାନ୍ତି । ଯାହାକି ୨୦୧୭ ରେ ସୁଝିବାର ଥିଲା I ଏନେଇ ଏକ ଜାତୀୟ ଗଣମାଧମରେ ଖବର ପ୍ରକାଶ ପାଇଛି ।

ଖବର ମୁତାବକ ଏହି ବର୍ତ୍ତମାନ ଯାଇ ମାମଲା କୋର୍ଟରେ ପହଞ୍ଚିଛି । କୋର୍ଟ ଏହି ୩ଜଣଙ୍କୁ ସମନ କରିବା ସହ ଫେବ୍ରୁୟାରୀ ୨୮ରେ ସମସ୍ତଙ୍କୁ ହାଜର ହେବାକୁ ନର୍ଦ୍ଦେଶ ଦେଇଛନ୍ତି । ବ୍ୟବସାୟୀ ଜଣକଙ୍କ କହିଛନ୍ତି କି, ଶିଳ୍ପାଙ୍କ ବାପା ଏହି ୠଣ କରିଥିଲେ । କିନ୍ତୁ ତାଙ୍କ ଦେହ ତ୍ୟାଗ ପରେ ,ପରିବାରର କେହି ହେଲେ ଏ ଯାଏ ସେହି ଟଙ୍କା ସୁଝିବାର ନାଁ ନ ନେବାରୁ ସେ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି I ।