ବର୍ଷାଙ୍କ ଏତଲା ପରେ ଅନୁଭବଙ୍କ କାଉଣ୍ଟର ଆଟାକ: ଜାରି କଲେ ୩ୟ ଭିଡିଓ ପତ୍ନୀ ଙ୍କୁ କହିଲେ ସତ ଶୁଣିବାକୁ ସାହସ ରଖ

କେନ୍ଦ୍ରାପଡା ସାଂସଦ ଅନୁଭବ ମୋହନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ଉଗ୍ରରୂପ ନେଇଛି I ନିକଟରେ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଭିଡିଓ ଭାଇରIଲ କରି ବର୍ଷା ଙ୍କୁ ଆକ୍ଷେପ କରିଥିଲେ I ଏହାର ପ୍ରତି ଜବାବ ରେ ବର୍ଷା କଟକ ପୁରୀ ଘାଟ ଥାନାରେ ଅନୁଭବ ଙ୍କ ନାଁ ରେ ଏତଲା ଦେଇଥିଲେ I ଏତଲା ରେ ଦର୍ଶାଇଥିଲେ ଯେ ଅନୁଭବ ବାରମ୍ବାର ଭିଡିଓ ରିଲିଜ କରି ମୋ ନାରୀତ୍ୱକୁ ଅପମାନିତ କରୁଥିବା ବର୍ଷା ଅଭିଯୋଗ କରିଥିଲେ ।ଏହି ଘଟଣା ପରେ ପୁଣି ସାଂସଦ ଅନୁଭବ ମହାନ୍ତି ତୃତୀୟ ଭିଡିଓ ଜାରି କରିଛନ୍ତି । ବର୍ଷାଙ୍କ ଅଭିଯୋଗକୁ ଖାରଜ କରିବା ସହ ଅନୁଭବ ପାଲଟା ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଜାରି କରି ବର୍ଷାଙ୍କ ନାଁରେ ପାଲଟା ଅଭିଯୋଗ କରି କହିଛନ୍ତି I ବର୍ଷାଙ୍କୁ ସତ ଶୁଣିବାକୁ ସାହସ ରଖିବାକୁ କହିଛନ୍ତି ଅନୁଭବ । ଯଦି ନିର୍ଯ୍ୟାତନା ହେଉଥିବା, ତେବେ ଚୁପ୍ କାହିଁକି ଥିଲ ବୋଲି ଅନୁଭବ ପ୍ରଶ୍ନ କରିଥିଲେ ।
ସେ ବର୍ଷାଙ୍କୁ ଡାକ୍ତରୀ ପରୀକ୍ଷା, ପଲିଗ୍ରାଫ ଓ ଭଏସ ଟେଷ୍ଟର ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ଏହା ସହ ଘରେ ଅପମାନ, ମନ୍ଦିରରେ ପୂଜା କରି ଲାଭ କ’ଣ ବୋଲି ସେ କହିଛନ୍ତି । ଲଢ଼ିବି, ସୁପ୍ରିମକୋର୍ଟ ଯିବି, ସତ ସାମ୍ନାକୁ ଆଣିବି ବୋଲି ଅନୁଭବ କହିଛନ୍ତି । ତେବେ ଏହା ଉପରେ ବର୍ଷା ଙ୍କର କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରି ନାହିଁ I

ଅନ୍ୟପକ୍ଷରେ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଆସିନଥିଲେ, ତାଙ୍କ ତରଫରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ । ପୂର୍ବରୁ କାଉନସେଲିଂ ବିଫଳ ହୋଇଥିବାରୁ ଉଭୟ ଅନୁଭବ ଓ ତାଙ୍କ ପତ୍ନୀ ବର୍ଷାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।