ଆଜିଠାରୁ ଓଡିଶା ବିଧାନସଭାର ୮ ଦୀବସୀୟ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି I ବିଧାନସଭାରେ ଦିବଙ୍ଗତ ବିଧାୟକ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବ ଆଗତ ପରେ ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । ଆଉ ଏହାପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗରେ ହୋ ହାଲ୍ଲା କରିବା ସହ ନାରାବାଜି କରିଥିଲେ । ରାଜ୍ୟ ରେ ଉପୁଜିଥିବା ସମ୍ଭାବ୍ୟ ମରୁଡି ପ୍ରସଙ୍ଗ କୁ ନେଇ ଗୃହ ମଧ୍ୟ ଭାଗ କୁ ଆସି ନାରାବାଜି କରିଥିଲେନେଇ କଂଗ୍ରେସ ସଦସ୍ୟ । ଏ ବର୍ଷ ବର୍ଷା ଅଭାବ ରୁ ରାଜ୍ୟରେ ମରୁଡି ସ୍ଥିତି ଉପୁଜିଲାଣି ଏହି ପ୍ରସଙ୍ଗ କୁ ନେଇ ଗୃହରେ ଆଲୋଚନା କରାଯାଉ ବୋଲି ଦାବି କରିଛି କଂଗ୍ରେସ । ଯାହାଫଳରେ ଗୃହକୁ ଅପରାହ୍ନ ୧୨ଟା ୩୪ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣପାତ୍ର । ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ମୁଲତବୀ ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିଲା ତେଣୁ ଏହାକୁ ବାଚସ୍ପତି ଆଗ୍ରହ୍ୟ କରିଥିଲେ , ଏବଂ ଗୃହ କୁ ଅପରାହ୍ନ ୧୨ଟା ୩୪ ଯାଏଁ ମୁଲତବୀ କରିଛନ୍ତି।