ଆସନ୍ତାକାଲି ୬ ଘଣ୍ଟିଆ ଓଡିଶା ବନ୍ଦ କରିବ କଂଗ୍ରେସ

କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ଅଭିଯୁକ୍ତ ଙ୍କ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି I ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜ୍ୟରଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି ଇ ତେଣୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ । ବନ୍ଦ ବେଳେ ଅତ୍ୟାବଶ୍ୟକୀୟ ସେବା ଗୁଡ଼ିକରେ ବାଧା ଦିଆଯିବ ନାହିଁ । ଶାନ୍ତିପୁର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି କଂଗ୍ରେସ କହିଛି । କୌଣସି ପ୍ରକାର ହିଂସାକାଣ୍ଡ କରାଯିବ ନାହିଁ ବୋଲି କହିଛି କଂଗ୍ରେସ । ଦୋକାନ ବଜାର ଗାଡ଼ି ମଟର ବନ୍ଦ ରହିବ ।ବନ୍ଦ ପାଳନକୁ ସଫଳତାର ସହ କାରିବା ପାଇଁ ଆହ୍ୱାନ ଦେଇଛି କଂଗ୍ରେସ । ଏହା ସହ ବିଜେଡ଼ିକୁ ଟାର୍ଗେଟ କରି କଂଗ୍ରେସ କହିଛି ବିଜେଡ଼ି ନେତା ଓ ମନ୍ତ୍ରୀଙ୍କ ନାଁରେ କଳା କାରନାମା ରହିଛି । ମାହାଙ୍ଗା ଡ଼ବଲ ମର୍ଡ଼ର, ଏସିଏଫ ସୌମ୍ୟରଂଜନ ହତ୍ୟା, ମମିତା ହତ୍ୟାକାଣ୍ଡ ଭଳି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛିି ।

Comments (0)
Add Comment