ଆସନ୍ତା ୧୬ରେ କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକ

ଦଳର ନେତୃତ୍ୱ ବିବାଦ ଜନିତ ସଙ୍କଟ ଗୁରୁତର ହେବା ପରେ, ଆସନ୍ତା ୧୬ ତାରିଖରେ କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକ ହେବାକୁ ନିଷ୍ପତି ନିଆଯାଇଛି । ଏନେଇ କଂଗ୍ରେସ ମହାସଚିବ କେ .ସି ଭେନୁଗୋପାଲ ଟୁଇଟ କରି ସୂଚନା ଦେଇଛନ୍ତି । ଅକ୍ଟୋବର ୧୬ ସକାଳ ୧୦ ଟାରେ ଦଳ ମୁଖ୍ୟାଳୟ ୨୪,ଆକ୍ବର ରୋଡ଼ ଠାରେ ଏହି ବୈଠକ ଡକାଯାଇଛି I ଏହି ବୈଠକରେ ଆସନ୍ତା ସାଧାରଣ ନିର୍ବାଚନ ନେଇ ମାନସ ମନ୍ଥନ ହେବ ବୋଲି ସୂଚନା ମିଳିଛି । ଏହାସହ ବୈଠକରେ ଦେଶର ବର୍ତମାନର ରାଜନୈତିକ ସ୍ଥିତି, ନୂଆ ଅଧ୍ୟକ୍ଷ ବାଛିବା ନେଇ ଆଲୋଚନା ହେବ ।
ଅସଂତୁଷ୍ଟିଆ ୨୩ ଜଣିଆ ଗୋଷ୍ଠୀ ର ଆହ୍ୱାନ ପରେ ଦଳ ହାଇକମାଣ୍ଡ ଏହି ବୈଠକ ଡାକିବା ପାଇଁ ବାଧ୍ୟ ହୋଇଥିବା ସୂଚନା ମିଳିଛି I ପଞ୍ଜାବ କଂଗ୍ରେସ ବିବାଦ ପରିପ୍ରେକ୍ଷୀରେ କପିଲ ଶିବଲ ଙ୍କ ପରି କିଛି ନେତା ଶୀଘ୍ର ସିଡବ୍ଳ୍ୟୁସି ବୈଠକ ଡାକି ନିୟମିତ ସଭାପତି ପଦ ନିର୍ବାଚନ ପାଇଁ ଦାବି କରିଥିଲେ I ଆଗାମୀ ବର୍ଷ ୟୁପି ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ବୈଠକ ରେ ଏ ବିଶ୍ୱ ରେ ଆଲୋଚନା କରାଯାଇ ପାରେ । ଦେଶରେ ଏବେ କଂଗ୍ରେସର ଅବସ୍ଥା ଶୋଚନୀୟ ଥିବାବେଳେ ନିକଟରେ ଅନେକ କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଅନ୍ତଃ-କନ୍ଦଳ ଲାଗିରହିଛି । ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଶୁକ୍ରବାର କଂଗ୍ରେସ ର ଗଭୀର ସମସ୍ୟା ରହିଥିବା ମନ୍ତବ୍ୟ ଦେବାପରେ ଏହି ବୈଠକ ରେ ଗୁରୁତ୍ୱ ବଢିଯାଇଛି I

Comments (0)
Add Comment