କଂଗ୍ରେସ-ବିଜେଡି ଡିଲ୍ ସତ

ଭୁବନେଶ୍ବର: ରାଜ୍ୟ ରାଜନୀତିକୁ ହଟଚମଟ କଲା ଭଳି ପୁଣି ଏକ ଖବର ଆସି ପହଞ୍ଚିଛି। ପଦ୍ମପୁର ନିର୍ବାଚନବେଳେ କଂଗ୍ରେସ ସହ ବିଜେଡିର ଡିଲ୍ ଅଭିଯୋଗ ପ୍ରସଙ୍ଗ ଉଠିଛି। ବିଜେପି ନେତା ଜୟନାରାୟଣ ମିଶ୍ର ଉଠାଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଜୟନାରାୟଣଙ୍କ ଅଭିଯୋଗକୁ ସେ ସତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପଦ୍ମପୁରରେ କଂଗ୍ରେସ ହାରିବା ପାଇଁ ସଂପୂର୍ଣ୍ଣ ଡିଲ୍ ହୋଇଥିଲା ଦଳର ବହୁ ନେତା କଂଗ୍ରେସକୁ ହରାଇବାକୁ ସେଠାକୁ ଯାଇଥିଲେ । ଦଳକୁ ଜିତାଇବାକୁ ନୁହେଁ ବରଂ ହରାଇବା ଥିଲା ସବୁ କଂଗ୍ରେସ ନେତାଙ୍କ ଲକ୍ଷ୍ୟ । ଏପରିକି ପରସ୍ପର ଭିତରେ ପଡୁନଥିବା ନେତା ସେଠାରେ ଏକା ହୋଇଯାଇଥିଲେ । ଉପରଠୁ ତଳ ପର୍ଯ୍ୟନ୍ତ ସବୁ ନେତା ଏହି ଡିଲ୍‌ରେ ସଂପୃକ୍ତ ଥିଲେ । ଶରତ ପଟ୍ଟନାୟକ ହେଉଛନ୍ତି ଜଣେ ନିରୀହ ଲୋକ। ସେଥିପାଇଁ ତାଙ୍କ କଣ୍ଢେଇ ପରି ନଚାଉଛନ୍ତି । ଏନେଇ ସୋନିଆ ଓ ରାହୁଲଙ୍କ ଦୃଷ୍ଟ ଆକର୍ଷଣ କରିବେ କହିଛନ୍ତି ସୁର ରାଉତରାୟ ।