ମନ ଓ ଦେହକୁ ଶାନ୍ତି ଦେଉଛି ଶୀତଳ ବାମ୍ପ ସେବା

ପୁରୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ପୁରୀ ଟାଉନ ହଲ ଛକ । ଆଉ ଏ ଜାଗା ସଭିଙ୍କର ଭାରୀ ପ୍ରିୟ। ଆପଣ ଅସହ୍ୟ ଖରାରେ ଯାଇ ପହଞ୍ଚିଗଲେ ସେଠି ଚେୟାରଟିଏ ମିଳିଯାଏ ବସିବାକୁ । ମୁଣ୍ଡ ଉପରେ ଚାଳିଆଟି ଛାଇଟିକେ ଦିଏ । ତାପରେ ଆରମ୍ଭ ହୁଏ ସେବା ।

ଗୋଟିଏ ଛୋଟ ପାଉଡର ଡ଼ବା, ଅତର ବୋତଲ, ବରଫ ସହ ଟାୱେଲ ଖଣ୍ଡେ,ଆଉ ପାଣି ସ୍ପ୍ରେୟାରଟିଏ, ଆଉ ଏତିକି ସାମଗ୍ରୀରେ ଆରମ୍ଭ ହୋଇଥାଏ ସେବା । ସେ ବାଟୋଇ ହୁଅନ୍ତୁ କି ଜିଲ୍ଲାର ଅଧିକାରୀ, ସମସ୍ତେ ଏହି ସେବାର ପ୍ରଶଂସକ । ଏହି ସେବା ଦ୍ୱାରା ଲୋକଙ୍କ ମନ ଓ ଦେହକୁ ଶାନ୍ତି ମିଳିଥାଏ ।ଶାନ୍ତି ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯାଉଛି ଶୀତଳ ବାମ୍ପ ସେବା । ସମସ୍ତେ କୁହନ୍ତି ବାମ୍ଫ କେମିତି ଶୀତଳତା ଦେବ ହେଲେ ଶାନ୍ତି ଅନୁଷ୍ଠାନ ତରଫରୁ ପୁରୀରେ ଦିଆଯାଉଥିବା ଏହି ବାମ୍ଫ ସେବା ନିଆରା । ଯିଏ ଅନୁଭବ କରିଛି, ସିଏ ହିଁ ଜାଣିଛି ଏହାର ମହତ୍ତ୍ୱ ।