ଆସନ୍ତାକାଲି ପୁରୀ ଗସ୍ତ ରେ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଏବଂ ପୂର୍ଣ୍ଣାହୁତି ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସରେ ଏବଂ ପୂର୍ଣ୍ଣାହୁତି ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସକାଳ ୯.୩୦ ରେ ପୁରୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୯.୪୫ରେ ୧୦ ଟାରେ ଶିଳା ବିଜେ, ସକାଳ ୧୦ ଟା ୧୫ରୁ ୧୦.୩୦ ଶିଳା ସ୍ଥାପନ ହେବ । ୧୦.୪୫ରୁ ୧୧ଟା ଭିତରେ ପୂର୍ଣ୍ଣାହୁତି ହେବ । ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩ ଅତିରିକ୍ତ ଏସପି, ୧୦ ଡିଏସପି, ୪୦ ଇନ୍ସପେକ୍ଟରଙ୍କ ସହ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ।
ଅନ୍ୟପଟେ ଗତକାଲିଠୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗର ଭୂମି ପୂଜନ ଉତ୍ସବ । ମାର୍ଗଶୀର କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ଯଜ୍ଞ ବେଦୀର ଶୁଭାରମ୍ଭ କରାଗଲା । ଗଜପତି ମହାରାଜ ରାଜନଅରରେ ଗୁଆ ଟେକିବା ପରେ ଯଜ୍ଞ ନେଇ ରାଜଗୁରୁଙ୍କୁ ଆଚାର୍ଯ୍ୟ ବରଣ କରିଥିଲେ । ସାଲ ଅଧିବାସ ମଣ୍ଡଳ ପରେ ଅଙ୍କୁରାରୋପଣ କରାଯାଇଥିଲା ।ଯଜ୍ଞ ନିମନ୍ତେ ୩୩ ଜଣ ସୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇଥିଲା ।
ସେପଟେ ଗତ କାଲିଠାରୁ ଯଜ୍ଞ ଆରମ୍ଭ ହୋଇଯାଇଛି । ସେଥିପାଇଁ ଉତ୍ତର ଦ୍ୱାର ପଟେ ହୋଇଥିବା ଯଜ୍ଞଶାଳା ଓ ଶିଳାନ୍ୟାସ ସ୍ଥଳରେ କରାଯାଇଛି ସ୍ୱତନ୍ତ୍ର ଆୟୋଜନ । ସମ୍ପୁର୍ଣ୍ଣ ଅଂଚଳକୁ ଛାମୁଣ୍ଡିଆରେ ସୁନ୍ଦର ଭାବେ କରାଯାଇଥିବା ବେଳେ ସ୍ୱତନ୍ତ୍ର ବିଧି ବିଧାନରେ କରାଯାଇଛି ଯଜ୍ଞ ସ୍ଥଳ ଓ ଅଙ୍କୁରାରୋପଣ ପାଇଁ ଗୃହ । ପୂର୍ବରୁ ଏହି ଉତ୍ସବ ଲାଗି ଗଜପତି ମହାରାଜଙ୍କ ଗୁଆଟେକ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Comments (0)
Add Comment