କ୍ୟାବିନେଟର ନିଷ୍ପତ୍ତି କୁ ୪୮୮ ଓ ୬୬୨ ଗ୍ରନ୍ଥାଗାରିକ ସଂଘର ସ୍ଵାଗତ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ଦ୍ଵାରା କ୍ୟାବିନେଟ ବୈଠକରେ ରାଜ୍ୟର ଘରୋଇ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ମାନଙ୍କ ପାଇଁ ସ୍ଥିରୀକୃତ ବେତନ ପ୍ରଦାନ ପଦ୍ଧତିକୁ ବେସରକାରୀ ମହାବିଦ୍ୟାଳୟ କର୍ମଚାରି ସଂଘ ସ୍ଵାଗତ କରିବା ସହିତ ଏ ନେଇ ୪୮୮ ଓ ୬୬୨ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗ୍ରନ୍ଥାଗାରିକ କର୍ମଚାରି ମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଂଘର ସଭାପତି ଅନନ୍ତ ନାରାୟଣ ଜେନା, ବିଧାୟକ ତଥା ବିଜେଡି ସଂଗଠକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟଶାସନ ସଚିବ ଓ, ଉଚ୍ଚ ଶିକ୍ଷା ପ୍ରମୁଖ ସଚିବ ଓ ଗଣଶିକ୍ଷା ସଚିବ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି, ଅପର ପକ୍ଷରେ ଉକ୍ତ ସ୍ଵାଗତ ଯୋଗ୍ୟ ବେତନ ପ୍ରଦାନ ପଦ୍ଧତିକୁ କେତେକ ସଙ୍ଘିୟ ନେତା ବିରୋଧ କରି ବିଭିନ୍ନ ଗଣ ମାଧ୍ୟମରେ ବିବୃତି ଦେଉ ଥିବାରୁ ଗ୍ରନ୍ଥାଗାରିକ ସଂଘ ତରଫରୁ ଏହାକୁ ତୀବ୍ରନିନ୍ଦା କରାଯାଇଛି ।

ତେବେ ବିରୋଧାତ୍ମକ ବିବୃତି ଦେଉଥିବା ନେତାମାନଙ୍କ ପାଇଁ ପ୍ରଶ୍ନ ଉଠୁଛି ଯେତେବେଳେ ୪୮୮ ବର୍ଗର କର୍ମଚାରୀ ୫ଟି ଇଙ୍କ୍ରିମେଣ୍ଟ ଓ ୬୬୨ ବର୍ଗର କର୍ମଚାରୀ ୨ଟି ଇଙ୍କ୍ରିମେଣ୍ଟ ପାଇଥିଲେ ଏବଂ ସେହି ସମୟରେ ଦରମା ତାରତମ୍ୟ ଥିଲେ ମଧ୍ୟ ତଥା କଥିତ ୬୬୨ ବର୍ଗର ନେତା ମାନେ ଚୁପ ରହିଥିଲେ କାହିଁକି । ପୁନଶ୍ଚ ଯେତେବେଳେ ୧୧.୦୧.୨୦୨୨ ମୋଡାଲିଟରେ ୪୮୮ ଓ ୬୬୨ ବର୍ଗର କର୍ମଚାରି ମାନଙ୍କ ଦରମା ବହୁତ କମ ହୋଇଥିଲା ସେତେବେଳେ ସମ୍ପୃକ୍ତ ନେତା କର୍ମଚାରୀଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟକୁ ଅଣଦେଖା କରି ଖୁସିରେ ମସଗୁଲ ହୋଇଗଲେ, ଆଉ ଭୁଲିଗଲେ ସେହି କର୍ମଚାରିଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଆଉ ମଧ୍ୟ ଭୁଲିଗଲେ ଯେଉଁ କର୍ମଚାରୀ ମାନଙ୍କ ସହଯୋଗରେ ସୃଷ୍ଟି କରିପାରିଥିଲେ ସଫଳତାର ବିଶାଳ ସମାବେଶ, ଆଜି ବିରୋଧ ଆଚରଣ କରୁଥିବା ଅଧ୍ୟାପକ ମାନଙ୍କ ପାଖରେ ସେହି କର୍ମଚାରି ନାହାନ୍ତି, କିନ୍ତୁ ସମ୍ପୃକ୍ତ ନେତାମାନେ ଅଧ୍ୟାପକ ମାନଙ୍କ ସହ କର୍ମଚାରୀଙ୍କୁ ଯୋଡୁଥିବା ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଛି । ୬୬୨ ବର୍ଗର ଅଧ୍ୟାପକ ସଂଘରୁ ତଥା ତାଙ୍କ ବ୍ୟବହୃତ ବ୍ୟାନରରୁ କର୍ମଚାରି ଲେଖାକୁ ନିବୃତ କରିବାକୁ ଅଧ୍ୟାପକ ମାନଙ୍କୁ ନିବେଦନ କରାଯିବା ସହିତ ଅଧ୍ୟାପକ ମାନଙ୍କ ଏହି ଅପପ୍ରଚାରକୁ ତୀବ୍ର ବିରୋଧ ଓ ନିନ୍ଦା କରାଯାଉଛି ।

କର୍ମଚାରି ମାନଙ୍କୁ ଧୋକା ଦେଇ ଥିବା ୬୬୨ ଅଧ୍ୟାପକ ସଂଘରେ ଆଉ କର୍ମଚାରୀ ମାନେ ନଥିବା କର୍ମଚାରୀ ସମନ୍ଵୟ ସମିତି ପ୍ରକାଶ କହିଛି । ଦରମା ପ୍ରଦାନରେ ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ପଦକ୍ଷେପ ଆଜି କର୍ମଚାରିଙ୍କ ମଧ୍ୟରେ ଖୁସିର ଲହରୀ ଖେଳଇ ଦେଇଥିବା ଜଣା ପଡିଛି ।