ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁଦିବସ ଅବସରରେ ଭୁବନେଶ୍ୱର ଅନ୍ଧାରୁଆ ଠାରେ ୨୫ ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି Iହଜାରେ ସିଟ୍ କ୍ଷମତା ବିଶିଷ୍ଟ ଆବାସିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ। ତାସହିତ ସର୍ବଭାରତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କୋଚିଂ ସୁବିଧା ରହିବ। ଆଜି ଏହି ପ୍ରସ୍ତାବିତ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ସବୁ ଆଦର୍ଶ ବିଦ୍ୟାଳୟ ଗୁଡିକରୁ ଯୋଗ୍ୟତା ଅନୁଯାୟୀ ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ଆଡମିଶନ ପାଇଁ ମନୋନୀତ ହେବେ। ଅନ୍ଧାରୁଆରେ ୧୩ ଏକର ଜମିରେ ଏକାଡେମିକ୍ ଓ ଆଡ୍‌ମିନିଷ୍ଟ୍ରେସନ୍ ବ୍ଲକ୍ ରହିବ । ଏଥିରେ ୨୬ଟି ଶ୍ରେଣୀଗୃହ ସହ ୮ଟି ବିଜ୍ଞାନଗାର, ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଏବଂ ଗ୍ରନ୍ଥାଗାର ଆଦି ରହିବ । ଏତଦବ୍ୟତୀତ ୨ ଛାତ୍ରନିବାସ ଏବଂ ୨ଟି ଛାତ୍ରୀନିବାସ, ଶିକ୍ଷକଙ୍କ ପାଇଁ ୨୨ଟି ବାସଗୃହ, ୮ ଟି ଅତିଥି କକ୍ଷ ଏବଂ ୩୦ ଜଣଙ୍କ ପାଇଁ ଏକ ବିଶ୍ରାମଗାର ରହିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଗୁଡିକ ପାଇଁ ଏକ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଥିଲେ ।ଏଥିରେ ପିଲାମାନଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା ,ସହିତ ସ୍ଵାକ୍ଷରତା ଅଭିଯାନରେ ସାମିଲ କରିବା ଯୋଗ ,କ୍ରୀଡା ଓ ସୁସ୍ଥ ଜୀବନଶୈଳୀ ଆଦି ପାଇଁ ଉତ୍ସାହିତ କରିବା ଜାତୀୟ ଅନ୍ତଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ,ସ୍କୁଲ ସମୟରୁ ଦକ୍ଷତା ର ବିକାଶ ପ୍ରତି ଯତ୍ନବାନ ହେବା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।ଏତଦବ୍ୟତୀତ ପ୍ରତି ଆଦର୍ଶ ବିଦ୍ୟାଳୟ କୁ ଏକ ଦଶ ବର୍ଷିଆ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ସେହିପରି ୧ ଏକର ଜମିରେ କ୍ରିଡା ଭିତ୍ତିଭୂମିର ବିକାଶ କରାଯିବI ସହିତ ଆକର୍ଷଣୀୟ କ୍ଲାସରୁମ, ବିଶ୍ୱସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ କମ୍ପ୍ୟୁଟର ଲାବୋରାଟୋରୀ ଆଦିର ନିର୍ମାଣ କରିବା ପାଇଁ ଯୋଜନା ରହିଛି । ଶହେ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୧୮ ମାସ ମଧ୍ୟରେ ଶେଷ ହେବ ନିର୍ମାଣ କାମ ।
ଏହି ଅବସରରେ ୨୦୨୧ର ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେମାନେ ହେଲେ – ଭଦ୍ରକ ଜିଲ୍ଲା ସ୍କୁଲର ସହକାରୀ ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ କଣମଣI ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ । ଏହି କାର୍ୟ୍ୟକ୍ରମ ରେ ମନ୍ତ୍ରୀ ସମୀର ଦାଶ ,ଓଡ଼ିଶା ଆଦର୍ଶ ଵିଦ୍ୟା ଳୟ ସଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦ୍ ବୋଧନ ଦେଇ ଆଦର୍ଶ ବିଦ୍ୟାଳୟ ପିଲାଙ୍କ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ ।

Comments (0)
Add Comment