୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ,୩ ଉନ୍ନୀତ ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏ ଥର ନୂଆବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ ବିଭାଗ ପାଇଁ ତିନି ତିନି ଟି ଭେଟି ଦେଇଛନ୍ତି I ଯେ କୌଣସି ପରିସ୍ଥିତି ର ମୁକାବିଲା ପାଇଁ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ସର୍ବାଗ୍ରେ ରହିଥାଏ ରାଜ୍ୟ ପୋଲିସ ବିଭାଗ I ସେହି ଅନୁସାରେ ରାଜ୍ୟରେ ଲଗାତାର ଭାବରେ ବଢୁଥିବା ସାଇବର ଅପରାଧ ଓ ଦୁର୍ନୀତି ରୋକିବା ପାଇଁ ସରକାର ୧୪ଟି ସାଇବର ,ଅର୍ଥନୈତିକ ଅପରାଧ ସହିତ ୩ ଟି ଉନ୍ନୀତ ଥାନାର ଉଦଘାଟନ କରିଛନ୍ତି । ଭୁବନେଶ୍ୱର ଇମ୍ଫୋଭ୍ୟାଲି ଓ ପାହାଳରେ ନୂଆ ଥାନା ଖୋଲିଥିବା ବେଳେ କଟକ ଇଉପିଡ଼ିରେ ସଦର ଥାନା ଅଧୀନରେ ଏକ ନୂଆ ଥାନାର ଉଦଘାଟନ ହୋଇଛି ଇ ଭିସିରେ ଡିଜିପି ଅଭୟ ମଧ୍ୟ ସାମିଲ ହୋଇଥିଲେ । ଏହା ଦ୍ଵାରା ଉତ୍ତମ ପୋଲିସ ସେବା ସହ ସାଇବର ଅପରାଧ ଉପରେ ଲଗାମ ଲାଗିପାରିବ ।

Comments (0)
Add Comment