ନୂଆ ମନ୍ତ୍ରିମଣ୍ଡଳ ଦାୟିତ୍ୱ ନେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି ମନ୍ତ୍ରିମାନେ Iଏହି ସମୟରେ ମୁଖ୍ୟମନ୍ତ୍ରୀ ନୂଆ ମନ୍ତ୍ରୀଙ୍କୁ ୫ଟି ସ୍ଥାନରେ ୬ଟିକୁ ଗୁରୁତ୍ୱ ଦେଇଛନ୍ତି । ଏହି ଟି ହେଲା ଟୁର । ମୋ ସରକାର କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଟୁର କରି ଲୋକଙ୍କ ସମସ୍ୟା ବୁଝିବା ଓ ସମସ୍ୟା ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସରକାରଙ୍କ ବିକାଶମୂଳକ କାମ କିଭଳି ଭାବରେ ସାଧାରଣ ଜନତାଙ୍କ ନିକଟକୁ ବିନା କୌଣସି ଅସୁବିଧାରେ ପହଞ୍ଚି ପାରିବ, ସେ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି । ସେହିପରି ସରକାରଙ୍କ ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ୍ ନ ପଡ଼ନ୍ତି ସେଥିପାଇଁ ମଧ୍ୟ ସେ ପରାମର୍ଶ ଦେଇଥିବା ସୂଚନା ରହିଛି ।
ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ପରେ ପ୍ରମିଳା ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସ୍ୱଚ୍ଛତାର ସହ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଅଧିକ ସମୟ ଦିଅ, ବିଭାଗର ବକେୟା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫ ଟି ନୁହେଁ ୬ ଟି ସହ କାମ କରିବାକୁ କହିଛନ୍ତି। ବିଭିନ୍ନ ଜିଲ୍ଲା,ବ୍ଲକ,ତହସିଲ୍ ଓ ପଞ୍ଚାୟତ ବୁଲନ୍ତୁ। ବିଭିନ୍ନ ଅଞ୍ଚଳକୁ ଟୁର୍ କରି ପ୍ରତ୍ୟେକ ଜିଲ୍ଲାକୁ ଯାଆନ୍ତୁ ଏବଂ ଲୋକଙ୍କ ସମସ୍ୟା ବୁଝନ୍ତୁ। ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।
ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଛି । ତେଣୁ ମନ୍ତ୍ରୀଙ୍କ କାମର ପ୍ରଭାବ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିଫଳିତ ହେବା ଦରକାର ବୋଲି ନବୀନ ଏହି ଭେଟଘାଟ ବେଳେ ଗୁରୁତ୍ୱ ଦେଇଛନ୍ତି ।