ଉଠା ଦୋକାନୀଙ୍କ ପାଇଁ କୋଭିଡ୍ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ରାସ୍ତା ପାଖ ଠେଲା ଓ ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସହାୟତା ଘୋଷଣା କରିଛନ୍ତି । ରାସ୍ତାକଡ଼ର ତାଲିକାଭୁକ୍ତ ବିକାଳିଙ୍କ ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ । ଏନେଇ ଆଜି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରାୟ ୧ ଲକ୍ଷ ୧ ହଜାର ଉଠା ଦୋକାନୀ ଏହାଦ୍ୱାରା ଲାଭାନ୍ୱିତ ହେବେ ବୋଲି ଆଶା କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ଆଜି ଏହି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ଅବସରରେ କୋଭିଡ୍ ସତର୍କତା ଅବଲମ୍ବନ କରିବାକୁ କହିଥିଲେ । ସେ କହିଥିଲେ ଯେ, ଉଠା ଦୋକାଦୀ ମାନେ ଅଧିକ ସତର୍କ ରହିବା ଦରକାର, ନିୟମ ସଠିକ ରୂପେ ପାଳନ କରନ୍ତୁ । ଏହା ସହିତ ୭୦ଟି ସହରାଞ୍ଚଳରେ ୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି I

Comments (0)
Add Comment