‘ଓମିକ୍ରନ’କୁ ନେଇ ସଚେତନ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଜାଗ ହୋଇଉଠିଛନ୍ତି ରାଜ୍ୟ ସରକାର । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ୍ଟ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମିକ୍ରନ୍ ବହୁତ ଜୋରରେ ବଢୁଛି, ଆମକୁ ସତର୍କ ରହିବାକୁ ପଡିବ । ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ । ତେଣୁ ମାସ୍କ ପିନ୍ଧିବା ସହ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦରକାର ନଥିଲେ ଘରୁ ନବାରିବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତେ ସହଯୋଗ କଲେ ଏହି ଓମିକ୍ରନ୍ ଲହରକୁ ମୁକାବିଲା କରିହେବ ବୋଲି ସେ କହିଛନ୍ତି ।
ଅନ୍ୟ ଦେଶମାନଙ୍କରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଭୟଙ୍କର ମାତ୍ରାରେ ବ୍ୟାପିବାରେ ଲାଗିଛି । ଏହା ଡେଲଟା ଭ୍ୟାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ ହୋଇଥିବାରୁ ଚିନ୍ତାରେ ପଡିଛି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେଠୁ ସତର୍କ ହେବାକୁ ପଡିବ । ସମସ୍ତେ ସଚେତନ ରହିଲେ ଓମିକ୍ରନ ଭୟକୁ ଏଡାଇ ଦେଇପାରିବା ଏଥିରେ କୌଣସି ସନ୍ଦେହ ନାହିଁ

Comments (0)
Add Comment