ଟୁଇଟର, ୟୁଟ୍ୟୁବ ଏବଂ ଟେଲିଗ୍ରାମକୁ ନୋଟିସ୍ କଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏକ ନୋଟିସ ଜାରି କରିଛନ୍ତି। ଜେଡ୍ (ପୂର୍ବରୁ ଟୁଇଟର), ୟୁଟ୍ୟୁବ ଏବଂ ଟେଲିଗ୍ରାମ ଭଳି ସୋଶିଆଲ ମିଡିଆ କମ୍ପାନୀକୁ ନୋଟିସ୍ ଜାରି କରି ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ସୂଚନା ଦେଇଛନ୍ତି।

ସରକାର ଚେତାବନୀ ଦେଇଛନ୍ତି ଯେ ଯଦି ଏହି ନିର୍ଦ୍ଦେଶକୁ ପାଳନ ନକରନ୍ତି ତେବେ ଏହି କମ୍ପାନୀଗୁଡ଼ିକ ସେମାନଙ୍କ ଆଇନଗତ ସୁରକ୍ଷା ହରାଇବାର ଆଶଙ୍କା ରହିଛି। ସରକାରଙ୍କ ପକ୍ଷରୁ ପଠାଯାଇଥିବା ନୋଟିସରେ ସେମାନଙ୍କ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ସମ୍ପର୍କିତ କୌଣସି ବିଷୟବସ୍ତୁକୁ ତୁରନ୍ତ ଏବଂ ସ୍ଥାୟୀ ଭାବେ ହଟାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଯଦି ସେମାନେ ତୁରନ୍ତ ପଦକ୍ଷେପ ନେବାରେ ବିଫଳ ହୁଅନ୍ତି, ଆଇଟି ଆକ୍ଟର ଧାରା ୭୯ ଅନୁଯାୟୀ ସେମାନଙ୍କ ପ୍ରତିରକ୍ଷାକୁ ରଦ୍ଦ କରାଯିବ, ଏବଂ ଭାରତୀୟ ଆଇନ ଅନୁଯାୟୀ ସେମାନଙ୍କୁ ଆଇନଗତ ଦଣ୍ଡ ଭୋଗିବାକୁ ପଡିବ।