ସୁରେନ୍ଦ୍ର ନାୟକକୁ ଗିରଫ କଲା ସିବିଆଇ

ଦିଲ୍ଲୀରୁ ସିବିଆଇ ଟିମ ଆସି ଢେଙ୍କାନାଳ ଠାରେ ଗତକାଲି ସୁରେନ୍ଦ୍ର ନାୟକ କୁ ଜେରା କରୁଥିବାବେଳେ ,ସ୍ଥାନୀୟ ଲୋକଙ୍କ ଆକ୍ରମଣ ର ଶିକାର ହୋଇଥିଲେ I ତେବେ ଆଜି ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲାରେ ସୁରେନ୍ଦ୍ର ନାୟକ କୁ ଗିରଫ କରିଛି ସିବିଆଇ ଟିମ I
ଘଟଣାରୁ ପ୍ରକାଶ ବିଭିନ୍ନ ଅନଲାଇନ ସାଇଟ ରୁ ଅଶ୍ଳୀଳ ଫିଲ୍ମ ଶେଆର ଓ ସେଥିରୁ ରୋଜଗାର କରିବା କାରଣରୁ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗତ ଦୁଇ ମାସ ତଳେ ସୁରେନ୍ଦ୍ର ନାଏକ ଦେଶୀ ଏମ୍‌ଏମ୍‌ଏସ୍‌ ନାମକ ୱେବସାଇଟ୍‌ରେ ସଦସ୍ୟ ହୋଇଥିଲେ। ସେଥିରେ ଆସୁଥିବା ଅଶ୍ଲୀଳ ଭିଡିଓକୁ ଡାଉନ୍‌ଲୋଡ୍‌ କରି ନିଜେ କ୍ରିଏଟ୍‌ କରିଥିବା ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଓ ଅନ୍ୟାନ୍ୟ ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରୁଥିଲେ। ସେଠାରେ ଯିଏ ଯେତେ ଭିଡ଼ିଓ ଦେଖିବ, ସେହି ହିସାବରେ ଟଙ୍କା ମିଳୁଥିଲା। ଦୁଇ ମାସରେ ତାଙ୍କୁ ୨୧ ଡଲାର (୨୦୦୦ ଟଙ୍କା ପାଖାପାଖି) ମିଳିଥିଲା। ସିବିଆଇ ଟିମ୍‌ ତାଙ୍କଠାରୁ ଗୋଟିଏ ମୋବାଇଲ୍‌ ଜବତ କରିଛି। ଯେଉଁ ମୋବାଇଲ୍‌ରେ ସୁରେନ୍ଦ୍ର ଅଶ୍ଲୀଳ ଭିଡିଓ ଗୁଡ଼ିକ ଡାଉନ୍‌ଲୋଡ୍‌ ଓ ଅପ୍‌ଲୋଡ୍‌ କରୁଥିଲେ I ଅନ୍‌ଲାଇନ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲାଗିରଫ ପରେ ସୁରେନ୍ଦ୍ରକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଚାଲାଣ କରାଯାଇଛି।
ସେହିପରି ଗତକାଲି ଓଡ଼ିଶାର ଯାଜପୁର, ଭଦ୍ରକ ଏବଂ ଢେଙ୍କାନାଳ ଜିଲ୍ଲାରେ ସିବିଆଇ ଚଢ଼ଉ କରିଥିଲା। ଭଦ୍ରକ ଜିଲ୍ଲା ଆଗରପଡ଼ା, ଯାଜପୁର ରୋଡ୍ ମସୁଦପୁର ଓ ଢେଙ୍କାନାଳରେ ରେଡ୍ କରି ୩ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରିଛି ସିବିଆଇ।

Comments (0)
Add Comment