ରାଜଧାନୀ ଜୟଦୁର୍ଗା ନଗର କଣ୍ଟେନମେଣ୍ଟ ଅଂଚଳ ଘୋଷିତ

ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ । ବମିଖାଲ ଜୟଦୁର୍ଗା ନଗର ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)। ଦୁଇ ଜଣ ରୋନା ଆକ୍ରାନ୍ତ ଚିହ୍ନଟ ପରେ ଜୟଦୁର୍ଗାନଗରର ପ୍ଲଟ ନଂ ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ବିଏମ୍ସି (ଦକ୍ଷିଣ)ଡେପୁଟି ନିର୍ଦେଶକ । ଏଥିସହ ଭିଏସଏସ ନଗରରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କରୋନାର ଦ୍ଵିତୀୟ ଲହରର ପ୍ରକୋପ କମିବା ପରେ ରାଜଧାନୀର ସ୍ଥିତି ସ୍ଵାଭାବିକ ହୋଇଥିଲା। ତେବେ ଓମିକ୍ରନ ଯୋଗୁଁ ପୁଣି ଥରେ କଟକଣା ଲାଗୁ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ଧରି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି i କ୍ରମାଗତ ଭାବରେ ଏବେ ଦୈନିକ ସଂକ୍ରମଣ ୨୦୦ ତଳକୁ ରହୁଛି ସେହିଭଳି ମୃତ୍ୟୁ ସଂଖ୍ୟା ରେ ମଧ୍ୟ ରୋକ ଲାଗିଥିବା ସତ୍ତ୍ୱେ ବିଦେଶ ରୁ ଆସିଥିବା କିଛି ଲୋକଙ୍କ ଯୋଗୁଁ ସଂକ୍ରମଣ ଚିନ୍ତା ବଢି ଯାଇଛି। ଗତ କିଛି ଦିନ ଧରି ଭୁବନେଶ୍ଵରର କିଛି ଅଞ୍ଚଳ ଉପରେ ନଜର ରଖାଯାଇଥିଲା I ତେବେ ଆଜି ଜୟଦୁର୍ଗାନଗର ବମିଖାଲ ଏବଂ ଭିଏସଏସ ନଗରରେ ଏକାଧିକ କରାେନା ପଜିଟିଭ୍ ଚିହ୍ନଟ ପରେ ସେଠାରେ ସଂକ୍ରମଣ ରୋକିବାକୁ ବିଏମ୍ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Comments (0)
Add Comment