କେନ୍ଦୁଝର ବିଧାୟକ ଙ୍କ ଗାଡି ଉପରକୁ ବୋମାମାଡ଼

କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ କରାଯାଇଛି । କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଅଛନ୍ତି। ଏ ନେଇ ଖୋଦ ବିଧାୟକ କେନ୍ଦୁଝର ଟାଉନ ଥାନା ରେ ଅଭିଯୋଗ କରିଛନ୍ତି I

ସ୍ଥାନୀୟ ଶିକ୍ଷାବିକାଶ ସମିତି କାର୍ଯ୍ୟଳୟରେ ମଜଦୂର ସଂଘର ଏକ ବୈଠକ ଅନୁଷ୍ଠିତ ହେଉଥିଲା। ଯେଉଁଠିକୁ ଅତିଥି ହୋଇ ଆସିଥିଲେ ବିଧାୟକ ମାଝି । ଦିନ ପାଖାପାଖି ୧୨ଟା ସମୟରେ ସେ ବୈଠକରୁ ଗାଡି ପାଖକୁ ଫେରୁଥିବା ବେଳେ ୨ ଜଣ କଳା ସାର୍ଟ ପିନ୍ଧା ଯୁବକଙ୍କୁ ଦେଖିଥିଲେ। ସେମାନେ ହୋଣ୍ଡା ସାଇନ୍ ଗାଡିରେ ଘଟଣାସ୍ଥଳକୁ ଆସିଥିଲେ। ଏବଂ ମୋହନଙ୍କୁ ଦେଖି ସେମାନଙ୍କ ଭିତରୁ ଜଣେ ଗାଡି ପାଖକୁ ବୋମା ମାଡ କରିଥିଲା। ଯାହାକୁ ବିରୋଧ କରିବାକୁ ଯାଇ ବିଧାୟକ ଓ ତାଙ୍କ ସହ ଥିବା କିଛି ବ୍ୟକ୍ତି ପାଟି କରିଥିଲେ। ଏହି ସମୟରେ ଗାଡିରେ ବସି ଦୁର୍ବୃତ୍ତ ଆଉ ଗୋଟିଏ ବୋମା ଫୋପାଡିଥିଲେ। ଫଳରେ ମୋହନଙ୍କ ଗାଡିର ସାମ୍ନା ପାର୍ଶ୍ୱଟି କ୍ଷତିଗ୍ରସ୍ତ ହୋଇଛିଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରାଯାଇଛି।

Comments (0)
Add Comment