ଶବ ସତ୍କାର ପାଇଁ ଯାଉଥିବା ସମୟ ରେ ନିଜେ ପାଲଟିଗଲେ ଶବ

ଶବ ନେଇ ଯାଉଥିଲେ ସତ୍କାର କରିବାକୁ ହେଲେ ଆଧା ବାଟରେ ନିଜେ ଶବ ପାଲଟିଗଲେ । ଏପରି ମର୍ମନ୍ତୁଦ ଘଟଣା ଘଟିଛି ପଶ୍ଚିମବଙ୍ଗ ନଦିଆ ଇଲାକାରେ । ଅନ୍ତିମ ସଂସ୍କାର କରିବାକୁ ଜଣେ ମୃତକଙ୍କୁ ନେଇ ଯାଉଥିବା ଗାଡି ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ପିଟିବାରୁ ଗାଡିରେ ଥିବା ୧୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୨ଜଣ ଗୁରୁତର ଆହତ ହୋଇଛନ୍ତି I
ସୂଚନା ମୁତାବକ, ଶନିବାର ରାତି ସମୟରେ ଅନ୍ତିମ ସଂସ୍କାର ପାଇଁ ଗୋଟିଏ ଗାଡିରେ ପାଖାପାଖି ୪୦ଜଣ ଯାଉଥିଲେ । ରାତି ପାଖାପାଖି ୨ଟା ସମୟରେ ଶବ ନେଇଯାଉଥିବା ଗାଡି ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ ପଛପଟେ ଦ୍ରୁତ ଗତିରେ ଯାଇ ପିଟି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କର ହସ୍ପିଟାଲ ଯାଉଥିବା ବାଟରେ ମୃତ୍ୟୁ ହୋଇଛି । ଅନ୍ୟ ୨୨ଜଣଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ କେତେେ ଜଣଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment