ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ମିଳିଲା

ମୁଣ୍ଡଳୀ ବ୍ୟାରେଜ ମହାନଦୀରେ ଫସିରହିଥିବା ଦନ୍ତାହାତୀ ଉଦ୍ଧାର କରିବାକୁ ଯାଇ ଗତ କାଲି ଓଡ୍ରାଫ ଟିମ ର ବୋଟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏକ ରବର ବୋଟ ଯୋଗେ ୫ଜଣ ଓଡ୍ରାଫ କର୍ମଚାରୀଙ୍କ ସହ ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ଯାଇଥିଲେ । ପାଣିର ପ୍ରଖର ସ୍ରୋତରେ ଡଙ୍ଗାଟି ଓଲଟି ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ ୭ ଜଣ । ଦଉଡି ସାହାଯ୍ୟରେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଓଡ୍ରାଫ କର୍ମଚାରୀ ସୀତାରାମ ଓ ସାମ୍ବାଦିକ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ ପାରିନଥିଲା । ପାଣି ସ୍ରୋତ ରୁ ପ୍ରାୟ ୪/୫ କିଲୋମିଟର ଦୁରକୁ ଭାସି ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି I ତଙ୍କୁ ଦେଶୀ ଡଙ୍ଗା ମାଧମରେ ଉଦ୍ଧ।ର କରାଯାଇ ଆମ୍ବୁଲାନ୍ସ ଯୋଗେ କଟକ ଏସସିବି କୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ I ସେହିପରି ଓଡ୍ରାଫ ଟିମ କର୍ମଚାରୀ ଙ୍କ ର କୌଣସି ପତ୍ତା ମିଳିପାରି ନ ଥିଲା I ଆଜି ସକାଳେ ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ମିଳିଛି । ପ୍ରଥମେ ସକାଳୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା । ତାକୁ ସୀତାରାମ ଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ହେଲେ ପରେ ପରିବାର ମୃତଦେହକୁ ଚିହ୍ନଟ କରିପାରିନଥିଲେ । ଏହାପରେ ଏବେ ମୃତଦେହକୁ କଖଡି ମହାଳପଡାରୁ ଉଦ୍ଧାର କରାଯାଇଛି ।

ଓଡ୍ରାଫର ଅଣ୍ଡର ୱାଟର ଡାଇଭର ଭାବେ ସେ ବେଶ ଚର୍ଚ୍ଚିତ ଥିଲେ । ତଥାପି ପାଣିରେ ବୁଡି ତାଙ୍କର ଅତି ଶୋଚନୀୟ ମୃତ୍ୟୁ ହୋଇଛି । ସୀତାରାମ ପାଣି ଭିତରୁ ଅତି ଦକ୍ଷତାର ସହିତ ପାଖାପାଖି ୫ଶହ ଲୋକଙ୍କୁ ଉଦ୍ଧାର କରିବାର ରେକର୍ଡ ରହିଛି । ସୀତାରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ହୋଇଥିବାବେଳେ ସେ କଟକ ଚାଉଳିଆଗଞ୍ଜରେ ରହୁଥିଲେ । ପଛରେ ଛାଡି ଯାଇଛନ୍ତି ତାଙ୍କ ସ୍ତ୍ରୀ, ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅ ଙ୍କୁ । ଓଡ୍ରାଫର ଜଣେ ଦକ୍ଷ ବୁଡାଳିଙ୍କ ପାଣିରେ ବୁଡି ମୃତ୍ୟୁ ଘଟଣାରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

Comments (0)
Add Comment