ଭୁବନେଶ୍ୱରରେ ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱରର ପାତ୍ରପଡ଼ା ନିକଟସ୍ଥ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷ ଅନୁରାଗ ବୋଲି ସୂଚନା ମିଳିଛି । ଏନେଇ ନବୀନ ଦାସ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କାଲି ରାତିରେ ମନୀଷ ଅନୁରାଗଙ୍କୁ ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଞ୍ଚଳରୁ ଅପହରଣ କରାଯାଇଥିଲା । ଆଜି ତାଙ୍କ ମୃତଦେହ ପାତ୍ରପଡାର ଏକ ପୋଖରୀରୁ ଉଦ୍ଧାର ହୋଇଛି । ମନୀଷ ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତାଙ୍କର ବୟସ ମାତ୍ର ୩୦ ବର୍ଷ । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ପୁଅ ମଧ୍ୟ ନିର୍ଭୟ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ । ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା । ତେବେ ପୁଅ ମନୀଷର ମୃତ୍ୟୁକୁ ନେଇ ନବୀନ ଦାସ ସୋସିଆଲ ମିଡିଆରେ ଲେଖିଛନ୍ତି, ଗୁଡୁକୁ ସବୁଦିନ ପାଇଁ ହରେଇଲି । ପ୍ରଭୁ ମହାକାଳ ତାଙ୍କୁ ଅପାର ଶାନ୍ତି ଦିଅନ୍ତୁ । ଏହି ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ନିକଟରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରିନ ଥିଲାବେଳେ ତଦନ୍ତ ଜାରି ରହିଛି ଓ ଦୋଷୀ ଖୁବ ଶୀଘ୍ର ଧରାପଡିବ ବୋଲି ପୋଲିସ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି I

Comments (0)
Add Comment