ରାଜ୍ୟ ପ୍ରଭାରୀ ଓ କେନ୍ଦ୍ର ସମ୍ପାଦକ ଙ୍କ ସହିତ ମୋହନା ରେ ବିଜେପି ର ପ୍ରଚାର ଜୋରଦାର

ପଂଚୟତ ନିର୍ବାଚନ କୁ ଆଉ ଦିନ କେତେଟା ବାକି ଥିବାବେଳେ ନିର୍ବାଚନ ପ୍ରଚାର ମୈଦାନ ରେ ୩ ପ୍ରମୁଖ ଦଳର ପ୍ରଭାରୀ ମାନେ ଯୋଗ ଦେଇଛନ୍ତି I ଯାହା ଜଣI ପଡୁଛି ପଂଚାୟତ ନିର୍ବାଚନ ରେ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ଲଢେ଼ଇ ଜୋରଦାର ହେବାକୁ ଯାଉଛି । ପ୍ରତି ଗାଁ ଦଣ୍ଡ ,ବ୍ଲକ ,ପଂଚାୟତ ରେ ୩ ଦଳର ଛାମୁଆ ନେତାଙ୍କ ସହ ପ୍ରାର୍ଥୀଙ୍କ ପ୍ରଚାର ଆଗେଇ ଚାଲିଛି I ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀରେ ଆସନ ହାତେଇବା ପାଇଁ ୩ ଦଳ ମଧ୍ୟରେ ପ୍ରଚାର , ପ୍ରସାର ଜୋର ଧରିଛି । ବିଜେଡିର ରାଜ୍ୟସ୍ତରୀୟ ବରିଷ୍ଠ ବହୁ ନେତା ଆସି ମୋହନାର ବିଭିନ୍ନ ସ୍ଥାନରେ ଡେରା ମାରି କର୍ମୀ ଓ ପ୍ରାର୍ଥୀଙ୍କୁ କର୍ଣ୍ଣମନ୍ତ୍ର ଦେଉଥିବା ବେଳେ କଂଗ୍ରେସ ବିଧାୟକ ନିଜେ ଦଳୀୟ ପ୍ରାର୍ଥି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ବିଜେପିର ରାଜ୍ୟ ସାଂଗଠନିକ ସମ୍ପାଦକ ମାନସ ମହାନ୍ତି ଓ କେନ୍ଦ୍ର ସମ୍ପାଦିକା ତଥା ଓଡିଶା ପ୍ରଭାରୀ ଡି. ପୁରେନ୍ଦଶ୍ୱରୀ ମୋହନା ଜୋନ ନଂ ୯ କାର୍ଯ୍ୟାଳୟରେ ପହଞ୍ଚି ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସସ୍ମିତା ମଲ୍ଲିକ , ରା. ଉଦୟଗିରି ଜୋନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମମତା ଗିରି, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ପ୍ରାର୍ଥି ବିଶ୍ୱନାଥ ବିଷୋଇରତ୍ନଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।

ବିଜେପି କର୍ମୀମାନେ ଉପସ୍ଥିତ ରହି ଉଭୟ ରାଜନେତାଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ। କର୍ମୀ ଓ ପ୍ରାର୍ଥୀମାନଙ୍କ ସହ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଅଡ଼ବା ଜୋନକୁ ଗ୍ରସ୍ତ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ଉପସଭାପତି ବାପୁନି ସୁଆର, ସହସମ୍ପଦକ କାମଦେବ ବଡ଼ନାୟକ, ସତ୍ୟ ଦଣ୍ଡସେନା, ପ୍ରଭାତ ପାତ୍ର, ସୁଧୀର ପାଇକ, ମନୋଜ ସାହୁ, ବ୍ରହ୍ମା ଶଙ୍କର ସାହୁ, ଜିତୁ ବିଷୋଇରତ୍ନ, ମାନସ ପଟ୍ଟନାୟକଙ୍କ ସମେତ ବହୁ ବିଜେପି କର୍ମୀ ରା.ଉଦୟଗିରି, ମୋହନା, ଅଡବା ଓ ଚନ୍ଦ୍ରଗିରି ଠାରେ ଉପସ୍ଥିତ ରହିଥିଲେ।

Comments (0)
Add Comment