କେନ୍ଦ୍ରର ଚାଷୀ ମାରଣନୀତି ପ୍ରତିବାଦ ରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ବିଧାୟକ

ଖାଦ୍ୟସଶ୍ୟ ଉତ୍ପାଦନରେ ଓଡିଶା ଏକ ବଳକା ରାଜ୍ୟରେ ପରିଣତ ହୋଇଛି। କେନ୍ଦ୍ର ସରକାର ଧାର୍ଯ୍ୟ ପରିମାଣର ଧାନ ସଂଗ୍ରହ କରୁନଥିବାରୁ ଚାଷୀ ହନ୍ତସନ୍ତ ହେଉଛି। ଏଫ ସିଆଇ ଜରିଆରେ ସଂଗ୍ରହ ହେଉଥିବା ଧନ ଗତ ବର୍ଷ ତୁଳନାରେ ଅହେତୁକ କମିଛି । ୨୦୧୬-୧୭ରେ ରାଜ୍ୟରେ ମୋଟ ୩୬ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ଏଫସିଆଇ ଜରିଆରେ ୧୬ଲକ୍ଷ ମେଟ୍ରିକ ଟନ ସଂଗୃହିତ ହୋଇଥିଲା। ସେହିପରି ଚଳିତ ବର୍ଷ ୫୨ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ବର୍ତ୍ତମାନ ସୁଧା ଏଫସିଆଇ ଜରିଆରେ ମାତ୍ର ୧୨ଲକ୍ଷ ୫୦ହଜାର ମେଟ୍ରିକ ଟନ ସଂଗୃହିତ ହୋଇଛି। ଉତ୍ପାଦିତ ଧାନ ସଂଗ୍ରହ ନହେଉଥିବାରୁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଛି।କେନ୍ଦ୍ରର ଚାଷୀ ମାରଣନୀତି ପ୍ରତିବାଦ ରାଜରାସ୍ତା ରେ ଓହ୍ଲାଇବ ବିଜେଡି, ଚାଷୀଙ୍କୁ ଠିକ୍‌ ସମୟରେ ମିଳୁନି ସୁବିଧା Iପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ କ୍ଷତିପୂରଣ ମିଳିନି । କେନ୍ଦ୍ର ସରକାର ସିଧା ସଳଖ ଚଷୀଙ୍କ ପିଠି ଓ ପେଟକୁ ଗୋଇଠା ମାରିଛନ୍ତି।
କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି କେନ୍ଦ୍ର ଉପରେ ବର୍ଷିଛି ଶାସକ ବିଜେଡି। ଅଭାବି ସାର, ଏମ୍ଏସ୍ ପି ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ରର ଚାଷୀ ମାରଣନୀତିକୁ ପ୍ରତିବାଦ କରି ଶାସକ ଦଳ ପକ୍ଷରୁ ବିଧାନସଭା ପରିସରରେ ଥିବ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

ସେପଟେ ସାର ଯୋଗାଣ କ୍ଷେତ୍ରରେ ରାଜ୍ୟକୁ ୬ ଲକ୍ଷ ୧୯ ହଜାର ୧୩୦ ମେଟ୍ରିକ ଟନ ଯୋଗାଇବାକୁ ଚୁକ୍ତି କରିଥିବା ବେଳେ ଦେଇଛନ୍ତି ମାତ୍ର ୩ ଲକ୍ଷ ୯୦ହଜାର ୫୭୩ ମେଟ୍ରିକ ଟନ। ହେଲେ ବର୍ତ୍ତମାନ ସୁଧା ରାଜ୍ୟକୁ ୨ଲକ୍ଷ ୨୭ ହଜାର ୫୭୩ ମେଟ୍ରିକ ଟନ ସାର ଯୋଗାଇ ନାହାନ୍ତି। ଯେଉଁଥିପାଇଁ ଚାଷ କାମ ପ୍ରଭାବିତ ହୋଇଛି।। ଯେଉଁ ପର୍ଯ୍ୟନ୍ତ ଚଷୀଙ୍କ ସମସ୍ୟର ସମାଧନ ହୋଇନି ସେ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରିବ ବିଜେଡି । ଚାଷୀ ଙ୍କ ଘରେ ଘରେ ପହଂଚିବ, ରାଜରାସ୍ତାକୁ ଦଳ ଓହ୍ଲାଇବ ବୋଲି କହିଛନ୍ତି ବିଜେଡ଼ି ମହିଳା ମୋର୍ଚ୍ଚା ସଭାପତି ସ୍ନେହାଙ୍ଗିନ ଛୁରିଆ ।

Comments (0)
Add Comment