ରାଜ୍ୟରେ ମରୁଡି ପରିସ୍ଥିତି କୁ ନେଇ ବିଜେପି ର ସାମ୍ବାଦିକ ସମ୍ମିଳନୀ

ରାଜ୍ୟରେ ମରୁଡି ପରିସ୍ଥିତି ଆସନ୍ନ ହେଲାଣି ଏହା କୁ ନେଇ ନେଇ ବିଜେପି କରିଛି ସାମ୍ବାଦିକ ସମ୍ମିଳନୀ । ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି, ବିଜେପିର ୪ ଟିମ୍ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଥିଲେ । ମନମୋହନ ସାମଲ, ବସନ୍ତ ପଣ୍ଡା, ପ୍ରଦୀପ ପୁରୋହିତ ଓ ମୋହନ ମାଝୀଙ୍କ ନେତୃତ୍ବରେ ଯାଇଥିଲା ୪ଟି ଟିମ୍ । ମରୁଡି ପରିସ୍ଥିତିକୁ ସରକାର ଏ ପର୍ଯ୍ୟନ୍ତ ଗମ୍ଭୀରତାର ସହ ନେଉନାହାନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ପଦ କହୁନାହାନ୍ତି ।

ସେହିଭଳି ବଲାଙ୍ଗୀର ତୁରେଇକଲା ବ୍ଲକର ଚାଷୀ ଆତ୍ମହତ୍ୟା ଘଟଣା ମରୁଡି ଜନିତ । ମରୁଡି ଘୋଷଣା କରି ପ୍ରତିକାର ବ୍ୟବସ୍ଥା ସରକାର ଅବିଳମ୍ବେ କରିବା କଥା । ୨୭ ଜିଲ୍ଲାରେ ଭୟାବହ ମରୁଡି ପରିସ୍ଥିତି । ଉଠା ଜଳସେଚନ ପଏଣ୍ଟ କାମ କରିବା କଥା, ତୁରନ୍ତ ଆର୍ଥିକ ପ୍ରୋତ୍ସାହନ ସହ ଋଣ ଛାଡ ଘୋଷଣା କରିବା କଥା । ଯାହା ଫଳରେ ଚାଷୀ ଆତ୍ମହତ୍ୟା କରିବନାହିଁ ।

ଜଳସେଚନ ପାଇଁ ଆସୁଥିବା କେନ୍ଦ୍ର ଅନୁଦାନ ଫେରିଯାଉଛି ବୋଲି ମନମୋହନ ସାମଲ କହିଛନ୍ତି ।ସେହିପରି ରାଜ୍ୟରେ ମରୁଡ଼ି ସ୍ଥିତିକୁ ଗମ୍ଭୀରତାର ସହ ନେଉନାହାନ୍ତି ରାଜ୍ୟସରକାର । ମରୁଡ଼ି ପଅ୍ରସଙ୍ଗରେ ବିଧାନସଭାରେ ରାଜସ୍ୱମନ୍ତ୍ରୀଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ ବୋଲି କହିଛି ବିଜେପି । ବିଜେପିର ବରିଷ୍ଠ ନେତା ଅର୍ଥାତ ପୂର୍ବତନ ରାଜସ୍ୱନ୍ମନ୍ତ୍ରୀ ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ରାଜ୍ୟରେ ପ୍ରାୟ ଅଢ଼େଇ ମାସ ହେବ ବର୍ଷା ହୋଇନାହିଁ । ଧାନ ଚାଷ ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ବସିଲାଣି, ୨୭ଟି ଜିଲ୍ଲାରେ ଭୟାବହ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି । ଅନେକ ସ୍ଥାନରୁ ଚାଷୀ ଆତ୍ମହତ୍ୟା ଭଳି ଅଭିଯୋଗ ଆସିଛି । ବିଜେପିର ୪ଜଣିଆ ଟିମ୍ ମରୁଡ଼ି ପ୍ରଭାବିତ ଅଂଚଳ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି । ଏଣୁ ସରକାର ମରୁଡ଼ି ମୁକାବିଲା ପାଇଁ ସର୍ବଦଳୀୟ କମିଟି ଗଠନ କରନ୍ତୁ । ଯୁଦ୍ଧ କାଳିନ ଭିତିରେ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବି କରିଛି ।

Comments (0)
Add Comment