ପାର୍ବଣ ପାଇଁ ସରକାରଙ୍କ କଟକଣା ବିରୋଧରେ ଆସନ୍ତା ୧୩ ତାରିଖ ବିଜେପିର କଟକ ବନ୍ଦ ଡାକରା

ଆସନ୍ତା ୧୦ ତାରିଖ ରେ ଗଣେଶ ପୂଜା ଠାରୁ ଆରମ୍ଭ ହେଇଯାଉଛି ପାର୍ବଣ ରୂତୁ I ଏହା ପରେ ପରେ ଦୁର୍ଗା ପୂଜା ପ୍ରସ୍ତୁତି ରେ ପୂଜା ମଣ୍ଡପ ଗୁଡିକ ସରଗରମ ହେଇ ଉଠିବ I କିନ୍ତୁ ସରକାରଙ୍କ କଟକଣା ପାର୍ବଣ ଉତ୍ସବ କୁ ଫିକା କରିଦେଇଛି I ସରକାରଙ୍କ ଏହି କଟକଣା ବିରୋଧରେ ଆସନ୍ତା ୧୩ ତାରିଖରେ କଟକ ନଗର ବିଜେପି ପକ୍ଷରୁ କଟକ ବନ୍ଦ ନିଷ୍ପତ୍ତି ନିଆଯାଇଛି । ୪ ଫୁଟ ଉଚ୍ଚତା ତଳକୁ ମୂର୍ତ୍ତି ସହ ପରଦା ପଛରେ ଦୂର୍ଗା କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ନଗର ବିଜେପି ବିରୋଧ କରିଛି। କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏନେଇ ସୂଚନା ଦେଇଛନ୍ତି ।

Comments (0)
Add Comment