ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିଜେପି ଓ କଂଗ୍ରେସ

ଗତ କାଲି ଶୁନ୍ୟକାଳ ରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିଧାନସଭା ରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିବା ବେଳେ ଆଜି ପୁଣି ଏହାର ପୁନରାବୃତି ଘଟିଛି । କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇନଥିବାରୁ ସରକାରଙ୍କୁ ଭତ୍ସର୍ନା କଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ଏହି ଘଟଣା ବର୍ତ୍ତମାନର ନୁହେଁ ବୋଲି କହି ବାଚସ୍ପତି ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଉଥିବାରୁ ଆପତ୍ତି ଉଠାଇଲେ ମୋହନ ମାଝୀ । ଖଣି ମାଲିକଙ୍କ ଚାପରେ ବାଚସ୍ପତି ଖଣି ଦୁର୍ନୀତି ଆଲୋଚନା କରିବାକୁ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ସେପଟେ ଖଣି ମାଲିକଙ୍କ ଚାପରେ ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନା କରିବାକୁ ଦିଆଯାଉନଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି । ୫୦ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କଲେ ସାଲୁଜା ।