ଫୁଲ ନଖରା ରେ ବିଜେଡି ଓ କଂଗ୍ରେସ ର ଜୋରଦାର ପ୍ରଚାର ଲଢେଇ

ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଙ୍ଗ ବ୍ଲକ ୩୩ ନମ୍ବର ରୁ ବିଜେଡି ର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ କୁମାର ଭୋଇ ନିଜର ନିର୍ବାଚନ ପ୍ରଚାର କୁ ଜୋରଦାର କରିଛନ୍ତି I ସେହିଭଳି ୩୩ ନମ୍ବର ୱାର୍ଡ ରୁ କଂଗ୍ରେସ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଦୀପକ କୁମାର ଭୋଇ ମଧ୍ୟ ନିଜର ନିର୍ବାଚନ ପ୍ରଚାର କୁ ଜୋରଦାର କରିଛନ୍ତି I ଫଳରେ ଗୋଟିଏ ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନୀ ପ୍ରଚାର ଲଢେଇ ମୁହାଁମୁହିଁ ପରିସ୍ଥିତିରେ ରହିଛି I ବିଜେଡି ର ସାଧାରଣ ସମ୍ପାଦକ ଅକ୍ଷୟ ମହାନ୍ତି ,ବ୍ଲକ ବିଜେଡି ସଭାପତି ଗାଲେଖ ପାତ୍ର,ନଗର ସରପଞ୍ଚ ପ୍ରାର୍ଥୀ ତ୍ରିଲୋଚନ ଦାସ ,ସମିତି ସଭ୍ୟ ବ୍ରଜ କିଶୋର ବେହେରା ପ୍ରଭୃତି ଙ୍କ ସହିତ ସମସ୍ତ ବିଜେଡି କର୍ମୀ ପ୍ରଚାର ମୈଦାନ କୁ ଓହ୍ଲାଇଥିଲା ବେଳେ କଂଗ୍ରେସ ଦଳ ତରଫରୁ ବ୍ରାହ୍ମଣ ଝରିଲୋରେ ପହଂଚି କୁରାଙ୍ଗ ପ୍ରଧାନ ,ରାୟପୁର ଓ ବାଲିପାଟଣା ପଦଯାତ୍ରା କରି କଂଗ୍ରେସ ସପକ୍ଷରେ ଭୋଟ ମାଗିଥିଲେ ଇ ଏଥିରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାବାଜୀ ମହାନ୍ତି ,ଜିଲ୍ଲା ଉପସଭାପତି ସମରେନ୍ଦ୍ର କୁମାର ହାତୀ ,ଆଇନଜୀବୀ ଦିଲ୍ଲୀପ କୁମାର ମହାରଣା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ମୈଦାନ ରେ ପ୍ରଚାର କରିଥିଲେ I ଗୋଟିଏ ଆସନରୁ ଦୁଇ ଦଳ ର ଦୁଇ ପ୍ରାର୍ଥୀ ଏକ ସାଙ୍ଗରେ ପ୍ରଚାର କରୁଥିବାରୁ ,ପ୍ରଚାର ମୈଦାନ ରେ ଆକ୍ଷେପ ପ୍ରତି ଆକ୍ଷେପ ରେ ସରଗରମ ହୋଇ ପଡିଥିଲା ଇ ତେବେ ଆଗକୁ ଦେଖିବାକୁ ବାକି ରହିଲା କାହାର ପଲ୍ଲା କେତେ ଭାରି ରହୁଛି I

Comments (0)
Add Comment