ମହିଳାମାନଙ୍କ ପାଇଁ ଭାରତୀୟ ରେଳ ବିଭାଗର ବଡ ନିଷ୍ପତ୍ତି : ରହିବ ସଂରକ୍ଷଣ ବ୍ୟବସ୍ଥା

ଭାରତୀୟ ରେଳ ବିଭାଗ ମହିଳା ମାନଙ୍କ ପାଇଁ ଖୁସି ଖବର ଆଣିଛି । ଯେଭଳି ଭାବେ ବସ୍ ଓ ମେଟ୍ରୋ ଟ୍ରେନରେ ମହିଳାମାନଙ୍କ ପାଇଁ ସିଟ୍ ସଂରକ୍ଷଣ ରହିଥାଏ ସେହିଭଳି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବର୍ଥ ସଂରକ୍ଷିତ ବ୍ୟବସ୍ଥା କରାଯିବ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି କି ଟ୍ରେନରେ ଅଧିକ ଦୂର ଯାତ୍ରା କରୁଥିବ ମହିଳାମାନଙ୍କ ଆରାମ ଦାୟକ ଯାତ୍ରା ପାଇଁ ସିଟ ସଂରକ୍ଷିତ କରାଯିବା ସହ ଅନେକ ସୁବିଧା ଉପଲବ୍ଧ ହେବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ମେଲ ଓ ଏକ୍ସପ୍ରେସ ଟ୍ରେନର ସ୍ଲିପର କ୍ଲାସରେ ୬ ଟି ବର୍ଥ ସଂରକ୍ଷିତ ରହିବ । ଗରୀବ ରଥ, ରାଜଧାନୀ, ଦୂରନ୍ତ ସମେତ ସମସ୍ତ ବାତାନୁକୁଳିତ ଏକ୍ସପ୍ରେସରେ ୩ ଏସି କୋଚରେ ବି ୬ ଟି ବର୍ଥ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିବ ।
ପ୍ରତି ଏସି ସ୍ଲିପର କ୍ଲାସରେ ୬ ରୁ ୭ ଟି ଲୋୟର ବର୍ଥ, ବାତାନୁକୁଳିତ ୩ ଟିୟର କୋଚରେ ୪ ରୁ ୫ ଟି ଲୋୟର ବର୍ଥ ଓ ବାତାନୁକୁଳିତ ୨ଟିୟର ଏସି କୋଚରେ ୩ ରୁ ୪ଟି ଲୋୟର ବର୍ଥ ୪୫ ବର୍ଷରୁ ଅଧିକ, ଗର୍ଭବତୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି କି ଟ୍ରେନରେ ମହିଳାମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଏହାସହ ରେଳ ଗାଡି ଓ ଷ୍ଟେସନରେ ମହିଳାମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରକାଶ ଥାଉ କି ରେଳ ସୁରକ୍ଷାବଳ ତରଫରୁ ଗତବର୍ଷ ମହିଳାମାନଙ୍କୁ ସୁରକ୍ଷା ଦେବାକୁ ‘ମେରୀ ସହେଲୀ’ ନାମକ ଏକ ଯୋଜନା ବ୍ୟବସ୍ଥା କରାଯାଇଥିଲା ।

Comments (0)
Add Comment