ଭୁବନେଶ୍ୱର ଏମ୍ସ ଆବିଷ୍କାର କଲା ଏକ ପ୍ରକାର ନୂଆ ଫଙ୍ଗସ୍‌

ଭୁବନେଶ୍ୱର ଏମ୍‌ସ ଗବେଷକମାନେ ଏକ ପ୍ରକାର ନୂଆ ଫଙ୍ଗସ୍‌ ଆବିଷ୍କାର କରିଛନ୍ତି। ଏହାର ନାଁ ରଖାଯାଇଛି ‘ଅରୁଣାଲୋକେ’ ।ଏହି ଫଙ୍ଗସ୍ ଟି (କରୋନା ସହିତ ଜଡିତ) ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସୃଷ୍ଟି କରୁଥିବା ସୂଚନା ମିଳିଛି। ଯେଉଁ କରୋନା ଆକ୍ରାନ୍ତ ମାନେ ଦୀର୍ଘ ଦିନ ଯାଏଁ ଷ୍ଟିରଏଡ୍, ଓ ଆଣ୍ଟି ବାୟୋଟିକ୍ ଔଷଧ ସେବନ କରୁଛନ୍ତି,ପରବର୍ତ୍ତୀ ସମୟ ରେ ସେମାନେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ପୋଷ୍ଟ କୋଭିଡ଼ ବା କରୋନା ପରବର୍ତ୍ତୀ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି ଇ ସେହିମାନଙ୍କର ଯଥେଷ୍ଟ ଭାବରେ ଫଙ୍ଗାଲ୍ ଇନ୍‌ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେବା ଦେଖାଦେଉଛି।
ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍‌ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ। ଆଖି ନାଲି ପଡ଼ି ଫୁଲିଯାଏ। ମୁଣ୍ଡ ଚାରି ପଟୁ ବିନ୍ଧେ। ପାଟି ଭିତରେ ଯନ୍ତ୍ରଣା ହୁଏ ଏବଂ କେତେଜଣଙ୍କ ପାଟି ଭିତରେ କଳା ଦାଗ ଦେଖାଯାଏ। ସେହି ଭଳି ଆଉ ଦୁଇଟି,ରେଡ ଫଙ୍ଗସ୍ ଓ ୟେଲୋ ଫଙ୍ଗସ୍ ମଧ୍ୟ ପୋଷ୍ଟ କୋଭିଡ଼ ପରେ ପରେ ଦେଖା ଯାଇଛି i

Comments (0)
Add Comment