ଦିଲ୍ଲୀ ବିଜୟ ଚୌକରେ ବିଟିଂ ଦି ରିଟ୍ରିଟ ସମାରୋହ ସମାପନ , ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଡ୍ରୋନ ଶୋ

ରାଜଧାନୀ ଦିଲ୍ଲୀର ବିଜୟ ଚୌକରେ ବିଟିଂ ଦି ରିଟ୍ରିଟ (ଧ୍ୱଜାବତରଣ) ସମାରୋହର ସମାପନ ହୋଇଛି I ଚଳିତ ଥର ବିଟିଂ ଦି ରିଟ୍ରିଟର ଆକର୍ଷଣର କେନ୍ଦ୍ର ଥିଲା ଡ୍ରୋନ ଶୋ। ଆଇଆଇଟି ଦିଲ୍ଲୀର ସହାୟତାରେ ଷ୍ଟାର୍ଟ-ଅପ ବୋଟଲ୍ୟାବ ଡାୟନେମିକ୍ସ ପ୍ରସ୍ତୁତ କରିଥିଲା। ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରେ ପାଳନ କରାଯାଉଥିବା ଅମୃତ ମହତ୍ସୋବରେ ପ୍ରଥମ ଥର ପାଇଁ ଡ୍ରୋନ ଶୋକୁ ଏହି ଉତ୍ସବରେ ସାମିଲ କରାଯାଇଥିଲା। ସମାରୋହରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଯୋଗ ଦେବାକୁ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ପାଇଁ ଚଳିତ ଥର ବିଟ୍ରିଂ ଦି ରିଟ୍ରିଟ ସମାରୋହରେ ଅନେକ ନୂଆ ଧୂନ ସାମିଲ କରାଯାଇଥିଲା। ଏଥିରେ ‘କେରଳ’, ‘ଦିଲ୍ଲୀ କି ସେନା’ ଏବଂ ‘ଏ ମେରେ ବତନ କେ ଲୋଙ୍ଗୋ’ ସାମିଲ ଥିଲା । ଏହି ଅବସରରେ ପାଖାପାଖି ମେଡ୍‌-ଇନ୍-ଇଣ୍ଡିଆ-ଡ୍ରୋନ୍‌ ଆକାଶରେ ଉଡ଼ିଥିଲା। ବିଭିନ୍ନ ଭଙ୍ଗୀରେ ଉଡ଼ାଯାଇଥିବା ଏହି ଡ୍ରୋନ୍ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା। ସେହିପରି ଦିଲ୍ଲୀ ଆଇଆଇଟି ସହଯୋଗରେ ବୋଲତାବ୍‌ ଡାଇନାମିକ୍‌ ପକ୍ଷରୁ ଲେଜର ସୋ’ର ମଧ୍ୟ ଆୟୋଜନ କରାଯାଥିଲା । ‘ସାରେ ଯାହାଁ ସେ ଅଚ୍ଛା ଧୂନ’ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଏହାପରେ ଲେଜର ପ୍ରୋଜେକ୍ସନରେ ଭାରତର ସ୍ୱଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ପରର ଏହାର ଯାତ୍ରାର ବର୍ଣ୍ଣନା କରାଯାଇଥିଲା। ଡ୍ରୋନ ଶୋ ସମୟରେ ବ୍ୟାକ ଗ୍ରାଉଣ୍ଡ ମ୍ୟୁଜିକ୍ ମଧ୍ୟ ଚାଲିଥିଲା। ଚୀନ, ଋଷ ଏବଂ ୟୁକେ ପରେ ଏପରି ଡ୍ରୋନ ଶୋ କରିବାରେ ଭାରତ ଚତୁର୍ଥ ରାଷ୍ଟ୍ର ହୋଇଛି । ବିଟିଂ ଦି ରିଟ୍ରିଟ ସମାରୋହ ପାଇଁ ପରିବେଷ ଅନୁକୂଳ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଇଥିଲା ।

ବିଟିଂ ଦି ରିଟ୍ରିଟ୍ ଏକ ବହୁ ପୁରାତନ ସୈନ୍ୟ ପରମ୍ପରା। ସୈନ୍ୟମାନେ ସୂର୍ଯ୍ୟାସ୍ତ ପରେ ଯୁଦ୍ଧ ସମପ୍ତା କରି ନିଜ ନିଜ ଶିବିରକୁ ଫେରୁଥିଲେ । ପଛକୁ ଫେରିବା ପାଇଁ ଧୂନ ବାଜିବା ସହ ସୈନ୍ୟମାନେ ଯୁଦ୍ଧ ବନ୍ଦ କରି ଯୁଦ୍ଧ ଭୂମିରୁ ପଛକୁ ଫେରୁଥିଲେ। ଏହି କାରଣରୁ ପଛକୁ ଫେରିବା ସମୟରେ ଠିଆ ହୋଇ ରହିବାର ପରମ୍ପାର ରହିଛି। ଏହାସହ ସ୍ଥାନ ଛାଡିବା ପୂର୍ବରୁ ଧ୍ୱଜା ଅବତରଣ କରାଯାଇଥାଏ । ଏହି ଆଧାରରେ ବିଟିଂ ଦି ରିଟ୍ରିଟ ସମାରୋହ ଆୟୋଜନ କରାଯାଇଥାଏ।

Comments (0)
Add Comment