ସନାତନ ଧର୍ମରେ ତୁଳସୀ ଗଛ କୁ ଦେବୀ ଲକ୍ଷ୍ମୀଙ୍କ ସ୍ଵରୂପ ବୋଲି ବିବେଚନା କରାଯାଏ I ତେଣୁ ଘରେ ଠାକୁର ପୂଜା ସମୟରେ ପ୍ରଥମେ ତୁଳସୀ ଗଛ କୁ ପୂଜା କରାଯାଇଥାଏ I ତୁଳସୀକୁ ମଧ୍ୟ ମା’ ବୃନ୍ଦାବତୀ ପୂଜା କରାଯାଏ I ତୁଳସୀ ଙ୍କୁ ବିଧିଅନୁସାରେ ପୂଜା କଲେ ମା’ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଭକ୍ତମାନଙ୍କୁ ଧନ ଧାନ୍ୟରେ ପୂର୍ଣ୍ଣ କରିଦିଅନ୍ତି I କିନ୍ତୁ ଆପଣ ଜାଣନ୍ତି କି ଘରେ ଲଗାଯାଇଥିବା ତୁଳସୀ ଗଛ ମଧ୍ୟ ଭବିଷ୍ୟତର ଘଟଣା ବିଷୟରେ ଆପଣଙ୍କୁ ସଚେତନ କରାଇଥାନ୍ତି I ତୁଲସୀ ଗଛ କିପରି ସଙ୍କେତ ଦେଇଥାଏ ଆସନ୍ତୁ ଜାଣିବା ଯଦି ଠିକ ସମୟରେ ଏହାର ପ୍ରତିକାର ହୁଏ ତେବେ ଜଣେ ବ୍ୟକ୍ତି ଆସୁଥିବା ସମସ୍ୟାରୁ ରକ୍ଷା ପାଇପାରିବେ I
ଏହି ଗ୍ରହ ତୁଳସୀ ଗଛ ସହିତ ଜଡିତ
ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ ବୁଧ ଗ୍ରହ ସହିତ ତୁଲସୀ ଗଛ ଜଡିତ I ବୁଧ ଗ୍ରହ ସବୁଜ, ଗଛ ଏବଂ ଉଦ୍ଭିଦ ଇତ୍ୟାଦି ର ପ୍ରତିନିଧିତ୍ୱ କରିଥାନ୍ତି I ବୁଧ ଗ୍ରହ ର ପ୍ରଭାବ ହେତୁ ତୁଳସୀ ଗଛରେ ମଞ୍ଜରୀ ଆସିଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ।
ଯଦି ଘରେ ଥିବା ତୁଳସୀ ଗଛ ହଠାତ୍ ଶୁଖିବା ଆରମ୍ଭ କରେ, ତେବେ ବୁଝାନ୍ତୁ ଯେ, ଘରେ ଏହଂ ହାନୀ ହେବାର ସଙ୍କେତ ଦେଉଛି I ଆହୁରି ମଧ୍ୟ, ଏହା ପିତୃ ଦୋଷ ଥିବାର ଦର୍ଶାଇ ଥାଏ Iଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଯଦି ବାରମ୍ବାର ଲଗାଇବା ପରେ ମଧ୍ୟ ତୁଲସୀ ଗଛ ଶୁଖିଯାଏ, ଏହାର ଅର୍ଥ ହେଉଛି ଆପଣଙ୍କ ଉପରେ ବହୁତ ପିତୃଋଣ ରହିଛି I ଏହିଁ ଦୋଷ କୁ ଦୂର କରିବାପାଇଁ ଅଭାବୀ ଲୋକଙ୍କୁ ଦାନ ଦିଅନ୍ତୁ ଏବଂ ଘରେ ଭୋଜନ କରାନ୍ତୁ I
ପତ୍ର ହଳଦିଆ ହେବା
ତୁଳସୀ ଗଛର ପତ୍ର ଯଦି ସବୁ ସମୟରେ ହଳଦିଆ ପଡୁଥାଏ, ତେବେ ଘରକୁ କୌଣସି ସଙ୍କଟ ପଡ଼ିବାକୁ ଯାଉଛି ବୋଲି ଧରାଯିବ I ପରିବାରର ସଦସ୍ୟ ଅସୁସ୍ଥ ହୋଇପାରନ୍ତି କିମ୍ବା କୌଣସି ବଡ଼ ଆର୍ଥିକ ସମସ୍ୟା ଆସିପାରେ I ଏହି ସମୟରେ ହଳଦିଆ ପତ୍ର ଗୁଡ଼ିକୁ ତୋଳି କରି ପାଣିରେ ଭସାଇ ଦେବା ଉଚିତ Iଏପରି ପରିସ୍ଥିତିରେ, ଘରେ ଅଧିକରୁ ଅଧିକ ପୂଜା ପାଠ କରନ୍ତୁ I ରାମାୟଣ କିମ୍ବା ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ ଏହା ଦ୍ୱାରା ବୁଧ ଗ୍ରହ ମଜବୁତ ହୋଇଥାନ୍ତି ଇ
ଗଛରେ ଅଧିକ ମଞ୍ଜରୀ ହେଲେ
ଯେତେବେଳେ ତୁଳସୀ ଗଛରେ ଅଧିକ ମଞ୍ଜରୀ ହୁଏ କିମ୍ବା ମଞ୍ଜରୀ ବାରମ୍ବାର ଶୁଖିଯାଏ I ଏହାକୁ ତୁରନ୍ତ ତୋଳି ନିଅନ୍ତୁ I ମଞ୍ଜରୀ ନ ତୋଳିଲେ ଗଛରେ ଅଧିକ ଭାର ପଡିଥାଏ I ଏମିତି ହେଲେ ଧରାଯାଏ ପରିବାର ମୁଖିଆ ଙ୍କ ମୁଣ୍ଡରେ ଋଣ ଭାର ଅଧିକ ବଢେ I ତେଣୁ ଯେତେ ଶୀଘ୍ର ପାରୁଛନ୍ତି ତୁଳସୀ ଗଛରୁ ମଞ୍ଜରୀ କାଢି ତୁରନ୍ତ ପାଣିରେ ଭସାଇ ଦିଅନ୍ତୁ ନଚେତ ମଞ୍ଜି ବାହାର କରି ରଖି ଦିଅନ୍ତୁ I
ସବୁଜ ସୁନ୍ଦର ତୁଳସୀ ଗଛ
ତୁଳସୀ ଗଛ ଯେଉଁ ଘରେ ସବୁଜ ସୁନ୍ଦର ହୋଇ ଝଙ୍କାଳିଆ ହୋଇଥାଏ , ସେଠାରେ ଶ୍ରୀ ହରିଙ୍କର ବାସ ହୋଇଥାଏ I ଏ ପରି ଥିଲେ ସେହି ଘରେ ଅର୍ଥର ଅଭାବ ରହେ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ନିରନ୍ତର ରହିଥାଏ I ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ପ୍ରେମ ସର୍ବଦା ଅତୁଟ ରହିଥାଏ I