ଏଣିକି ୨୪ ଘଣ୍ଟା ହୋଇ ପାରିବ ଶବ ବ୍ୟବଚ୍ଛେଦ

ଡ଼ାକ୍ତରଖାନା ଗୁଡିକରେ ସୂର୍ଯ୍ୟାସ୍ତପରେ ପୋଷ୍ଟମର୍ଟମ ହୋଇ ନଥାଏ I କିନ୍ତୁ କେତେକ ସ୍ଥାନରେ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ର ନିର୍ଦ୍ଦେଶ ଅନୁସାରେ ରାତିରେ ପୋଷ୍ଟମର୍ଟମ କରାଯାଇଥାଏ I କିନ୍ତୁ ବର୍ତ୍ତମନ ସୂର୍ଯ୍ୟାସ୍ତପରେ ପରେ ମୃତଦେହ ପୋଷ୍ଟମର୍ଟମକୁ ନେଇ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି। ସ୍ଥଳ ବିଶେଷରେ ପରେ ମଧ୍ୟ ଅଙ୍ଗ ଦାନ ପାଇଁ ଏହି ପୋଷ୍ଟମର୍ଟମ କରାଯାଇପାରିବ ବୋଲି କୁହାଯାଇଛି |

ଏହି ପରିପ୍ରେକ୍ଷୀରେ ଏକ ସୂତ୍ରରୁ ପ୍ରକାଶ ଯେ ନିକଟରେ ସ୍ୱାସ୍ଥ୍ୟ ସେବା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ଏକ ବ ବୈଷୟିକ କମିଟି ସୂର୍ଯ୍ୟାସ୍ତପରେ ପରେ ପୋଷ୍ଟମର୍ଟମ ସମ୍ବନ୍ଧୀୟ ପ୍ରସଙ୍ଗ ଆଲୋଚନା କରାଯାଇଥିଲା I କେତେକ ଅନୁଷ୍ଠାନ ରାତି ସମୟରେ ପୋଷ୍ଟମର୍ଟମ କରୁଛନ୍ତି।ଯେଉଁ ହସ୍ପିଟାଲରେ ରାତିରେ ବ୍ୟବଚ୍ଛେଦ କରିବାକୁ ଆବଶ୍ୟକ ଭିତ୍ତିଭୂମି ଥିବ, ସେଠାରେ ଏହି ନିୟମ ଲାଗୁ ହେବ। ଏହାର ଅର୍ଥ ଯେକୌଣସି ସମୟରେ ଏଣିକି ଶବବ୍ୟବଚ୍ଛେଦ କରାଯାଇ ପାରିବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ସୂଚନା ଦେଇଛନ୍ତି। ଶ୍ରୀ ମାଣ୍ଡଭୀୟ କହିଛନ୍ତି, “ବ୍ରିଟିଶ ଶାସନ ସମୟରୁ ଥିବା ନିୟମ ଶେଷ ହୋଇଛି। ଏଣିକି ୨୪ ଘଣ୍ଟା ହୋଇ ପାରିବ ଶବ ବ୍ୟବଚ୍ଛେଦ। କୌଣସି ସନ୍ଦେହ ଦୂର କରିବା ପାଇଁ ରାତିସାରା ସମସ୍ତ ପୋଷ୍ଟମର୍ଟମଗୁଡିକ ପାଇଁ ଭିଡିଓ ରେକର୍ଡିଂ କରାଯିବ ଏବଂ ଏହା ଆଇନଗତ ଉଦ୍ଦେଶ୍ୟ ପାଇଁ ଭବିଷ୍ୟତର ସନ୍ଦର୍ଭ ପାଇଁ ସଂରକ୍ଷିତ ରହିବ |

Comments (0)
Add Comment