ଆଜି ବସିଲା ସର୍ବଦଳୀୟ ବୈଠକ,ସେପ୍ଟେମ୍ବର ୧ ରୁ ମୌସୁମୀ ଅଧିବେଶନ

ସେପ୍ଟେମ୍ବର ୧ ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ସମସ୍ତଙ୍କର ଆରଟି- ପିସିଆର ଟେଷ୍ଟ କରାଯିବ । ସବୁ ବିଧାୟକ ଓ ମନ୍ତ୍ରୀଙ୍କର ହେବ ଆଣ୍ଟିବଡି ଟେଷ୍ଟ । ଯେଉଁଦିନ କରୋନା ଟେଷ୍ଟ ହେବ, ସେହିଦିନ ଆଣ୍ଟିବଡି ଟେଷ୍ଟ ହେବ ।
ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ । ଶନିବାର ବିଧାନସଭା ଚାଲିବ । ସାଢ଼େ ୧୦ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ନରେ 4ଟାରୁ 6 ଟା ଯାଏ ଗୃହ କାର୍ଯ୍ୟ ଚାଲିବ । ଦିନକୁ 5 ଘଣ୍ଟା ହେବ ଗୃହ କାର୍ଯ୍ୟ । ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ । ବିଜେପି 4ଟି ଓ କଂଗ୍ରେସ 2ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକ ମନ୍ତ୍ରୀ ବସିକି କିମ୍ବା ଠିଆ ହୋଇ ଉତ୍ତର ରଖିପାରିବେ ।
ବିଧାୟକମାନେ ଓକାକ ବିଲ୍ଡିଂ, ଲୋକସେବା ଭବନ ଓ ଅନ୍ୟ ସ୍ଥାନରେ ଭିସି ମାଧ୍ୟମରେ ବି ବସି ପାରିବେ । ହାଉସରେ କୌଣସି କାଗଜ ଦିଆଯିବନି । ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ସେ ଚାହିଁଲେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପାରିବେ । ମୁଲତବୀ ଆଲୋଚନ ବେଳେ ବିରୋଧୀ ଦଳ 55 ମିନିଟ, ସରକାରୀ ଦଳ 35 ମିନିଟ୍ କହିବେ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Comments (0)
Add Comment